fbpx

ଦାନ୍ତର ହଳଦିଆପଣ ହେବ ଦୂର, ଆପଣାନ୍ତୁ ଘରେ ତିଆରି ଜିନିଷ

ନୁଆଦିଲ୍ଲୀ : ଦାନ୍ତର ଧଳାପଣ ଚେହେରାର ସୌନ୍ଦର୍ଯ୍ୟ ବଢାଇଥାଏ । ଅନେକ ଥର ହଳଦିଆ ଦାନ୍ତ ପାଇଁ ଆମେ ଲୋକଙ୍କ ସାମ୍ନାରେ ହସି ପାରିନଥାଉ । କୌଣସି କାରଣରୁ ଯଦି ହଳଦିଆ ଦାନ୍ତ ଦେଖାଯାଏ ତେବେ ସେଠାରେ ଆମେ ନିଜକୁ ଅପମାନିତ ଅନୁଭବ କରିଥାଉ । ଠିକ ଭାବରେ ବ୍ରସ ନକରିଲେ ଏହି ସମସ୍ୟା ଦେଖା ଦେଇଥାଏ । ସାଧାରଣତଃ ଦିନରେ ୨ଥର ବ୍ରସ କରିବା ଉଚିତ୍ । ବର୍ତ୍ତମାନ ଆପଣ ଘରୋଇ ଉପଚାର କରି ମଧ୍ୟ ନିଜ ଦାନ୍ତକୁ ଚମକାଇ ପାରିବେ ।

କିପରି ପ୍ରସ୍ତତ କରିବେ ପାଉଡର : ଦାନ୍ତ ଉଜ୍ଜ୍ୱଳ କରିବା ପାଇଁ ଆପଣ ଘରେ ଏକ ପାଉଡର ପ୍ରସ୍ତୁତ କରନ୍ତୁ । ଏଥିପାଇଁ ଆପଣ ଏକ ଚାମଚ ଲବଙ୍ଗ ପାଉଡର, ଏକ ଚାମଚ କଳା ଲୁଣ, ଏକ ଚାମଚ ମୁଲେଠୀ, ଏକ ଚାମଚ ଡାଲଚିନି, ଶୁଖୀ ଯାଇଥିବା ନିମ୍ବ ଓ ପୁଦିନାର ପତ୍ରର ଆବଶ୍ୟକ । ଏହି ଜିନିଷକୁ ମିଶାଇ ଏକ ଡବାରେ ରଖନ୍ତୁ ।

କିପରି କରିବେ ଏହାର ବ୍ୟବହାର : ଏହାପରେ ପ୍ରସ୍ତୁତ କରିଥିବା ପାଉଡରକୁ ବ୍ରସରେ ଲଗାଇ ଧିରେ ଧିରେ ଘଷନ୍ତୁ । କିଛି ସମୟ ଏହିପରି ଭାବରେ ଘଷି କୁଳି କରିନିଅନ୍ତୁ । ଏହା ଦ୍ୱାରା ଦାନ୍ତ ଚମକି ଉଠିବ । ଏହି ପାଉଡରକୁ ସକାଳେ ଏବଂ ସନ୍ଧ୍ୟାରେ ୨ଥର ବ୍ୟବହାର କରନ୍ତୁ । ପ୍ରତିଦିନ ଏହି ପାଉଡରକୁ ବ୍ୟବହାର କରିବା ଦ୍ୱାରା ଆପଣଙ୍କ ଦାନ୍ତରେ ଉଜ୍ଜ୍ୱଳତା ଆସିଯିବ ।

 

Get real time updates directly on you device, subscribe now.