fbpx

୨୪ ଘଣ୍ଟାରେ ବିଶ୍ୱର ଟପ୍-10 ଧନୀ ହରାଇଲେ ବିଲିୟନ ଡଲାର କୋଟିର ସମ୍ପତ୍ତି

ମୁମ୍ବାଇ: କୋଟିପତି ଗୌତମ ଅଦାନୀଙ୍କୁ ଲାଗିଛି ଝଟକା । ମଙ୍ଗଳବାର ଏବଂ ବୁଧବାର ସେୟାର ମାର୍କେଟରେ ଦୁର୍ବଳ ପ୍ରଦର୍ଶନ କାରଣରୁ ତାଙ୍କର ସମ୍ପତ୍ତିରେ ୧୧.୬ ବିଲିୟନ ଡଲାର(ପ୍ରାୟ ୪୯ ହଜାର ୬୦୦ କୋଟିରୁ ଅଧିକ) ହ୍ରାସ ପାଇଛି । ଏହା ସହ ସେ ବିଶ୍ୱରଧନୀ ତାଲିକାରେ ପଞ୍ଚମ ସ୍ଥାନରୁ ଖସି ଷଷ୍ଠ ସ୍ଥାନରେ ପହଞ୍ଚିଛନ୍ତି । ଏବେ ତାଙ୍କର ସମ୍ପତ୍ତି ୧୧୨.୨ ବିଲିୟନ ଡଲାର ରହିଛି ।

ସୂଚନାଯୋଗ୍ୟ ଯେ ବୁଧବାର ଦିନ ଗୌତମ ଆଦାନୀଙ୍କ ନେତୃତ୍ୱାଧୀନ ଆଦାନୀ ଗ୍ରୁପ୍ କମ୍ପାନୀ ଆଡାନି ୱିଲମାର, ଆଦାନୀ ଗ୍ରୀନ୍, ଆଦାନୀ ପାୱାର, ଆଦାନୀ ଟୋଟାଲ୍ ଗ୍ୟାସ୍, ଆଦାନୀ ଏଣ୍ଟରପ୍ରାଇଜେସ୍, ଆଦାନୀ ଟ୍ରାନ୍ସମିସନ୍ ଏବଂ ଆଦାନୀ ବନ୍ଦରର ଅଂଶଧନ ହ୍ରାସ ପାଇବାରେ ଲାଗିଛି। । ଗ୍ରୁପ୍ କମ୍ପାନୀଗୁଡିକର ସେୟାରଗୁଡିକ ସେମାନଙ୍କର ସର୍ବକାଳୀନ ଉଚ୍ଚତାରୁ ୩୪ ପ୍ରତିଶତ ହ୍ରାସ ପାଇଛି । ଆଦାନୀଙ୍କ ସମ୍ପତ୍ତି ଉପରେ ଏହାର ସିଧାସଳଖ ପ୍ରଭାବ ପକାଇଛି ।

ତେବେ ଗତ କିଛି ଦିନ ଧରି ସେୟାର ମାର୍କେଟରେ ନିରନ୍ତର ହ୍ରାସ ପାଇବା ପରେ ଦୁନିଆର ସବୁଠୁ ଧନୀ ବ୍ୟକ୍ତି ଏଲନ ମସ୍କଙ୍କୁ ସବୁଠୁ ଅଧିକ ଫାଇଦା ହୋଇଛି । ତାଙ୍କର ମୋଟ ସମ୍ପତ୍ତି ୧.୮୯ ବିଲିୟନ ଡଲାର ବୃଦ୍ଧି ପାଇ ୨୩୨ ବିଲିୟନ ଡଲାରରେ ପହଞ୍ଚିଛି । ମଙ୍ଗଳବାର ଏଲନଙ୍କର ୧୮.୫ ବିଲିୟନ ଡଲାରର କ୍ଷତି ହୋଇଥିଲା ।

ସେହିପରି ଜେଫ ବେଜୋସ, ମୁକେଶ ଅମ୍ବାନୀ ମଧ୍ୟ ଗତ ୨୪ ଘଣ୍ଟାରେ ବହୁ କ୍ଷତି ସହିଛନ୍ତି । ଏହି ସମୟ ମଧ୍ୟରେ ବେଜୋସ୍ ୬ ବିଲିୟନ ଡ଼ଲାର୍ ହରାଇଛନ୍ତି ଏବଂ ବର୍ତ୍ତମାନ ୧୩୪.୬ ବିଲିୟନ ଡ଼ଲାର୍ ସହିତ ବିଶ୍ୱର ତୃତୀୟ ଧନୀ ବ୍ୟକ୍ତି ଅଟନ୍ତି । ଦୀର୍ଘ ଦିନ ଧରି ଭାରତର ସବୁଠାରୁ ଧନୀ ବ୍ୟକ୍ତି ଥିବା ମୁକେଶ ଅମ୍ବାନୀ ଏହି ସମୟ ମଧ୍ୟରେ ୫.୫ ବିଲିୟନ ଡଲାର କ୍ଷତି ସହିଥିଲେ। ବର୍ତ୍ତମାନ ତାଙ୍କର ନିଟ୍ ମୂଲ୍ୟ ୯୩.୧ ବିଲିୟନ ଡ଼ଲାର୍ ଏବଂ ସେ ଧନୀ ତାଲିକାରେ ଦଶମ ସ୍ଥାନରେ ଅଛନ୍ତି ।

 

Get real time updates directly on you device, subscribe now.