fbpx
BJD SKY
BJD SKY

ତନ୍ଦୁରୀ ରୁଟି କରିବା ବେଳେ ଏପରି କଲେ ଯୁବକ: ରେକର୍ଡ ହେବା ପରେ ଜାଣନ୍ତୁ କଣ ହେଲା ଅବସ୍ଥା

BJD

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶର ମେରଠ ଅଞ୍ଚଳରେ ସାମନାକୁ ଆସିଛି ଏକ ଅଜବ ପ୍ରକାରର ଘଟଣା । ଫିରୋଜ ନାମକ ଜଣେ ଯୁବକଙ୍କର ଏକ କାରନାମା କ୍ୟାମେରାରେ ରେକର୍ଡ ହୋଇଛି । ତନ୍ଦୁରୀ ରୁଟି କରିବା ସମୟରେ ଏଥିରେ ଛେପ ପକାଉଥିବା ନେଇ ଫିରୋଜ ନାଁରେ ଅଭିଯୋଗ ହୋଇଥିଲା । ଯାହା ପରେ ପୋଲିସ ଘଟଣାର ତଦନ୍ତ କରିବା ପରେ ତାଙ୍କୁ ଗିରଫ କରିଛି ।

କୌଣସି ଏକ ବିବାହ ଉତ୍ସବରେ ରୁଟି ତିଆରି କରୁଥିବା ବେଳେ ଅଭିଯୁକ୍ତ ଫିରୋଜ ଏକ ଅଜବ କାରନାମା କରିଛି । ରୁଟିରେ ବାରମ୍ବାର ଛେପ ପକାଉଥିବା ଘଟଣା କ୍ୟାମେରାରେ ରେକର୍ଡ ହୋଇଛି । ଏହି ଭିଡିଓ ସୋଶିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ ଏ ନେଇ ପୋଲିସ ଷ୍ଟେସନରେ ଅଭିଯୋଗ ହେବା ପରେ ପୋଲିସ ଫରୋଜକୁ ଆରେଷ୍ଟ କରିଛି । ଏହା ସହିତ ଅଭିଯୁକ୍ତ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି । ରୁଟିରେ ଛେପ ଲଗାଉଥିବା ଘଟଣାକୁ କିଛି ଲୋକ ମୋବାଇଲରେ ଭିଡିଓ କରି ଭାଇରାଲ କରିବା ପରେ ଏହି ଘଟଣା ସାମନାକୁ ଆସିଛି ।

ତେବେ ପ୍ରଥମ ଥର ପାଇଁ ଏମିତି ଘଟଣା ସାମନାକୁ ଆସିଛି ତା ନୁହେଁ । ପୂର୍ବରୁ ମଧ୍ୟ ଏପରି ମାମଲା ଦେଖିବାକୁ ମିଳିଛି । ଲିସାଡିଗେଟ ଏବଂ ହାପୁଡ ରୋଡ ମଧ୍ୟ ଏହିଭଳି ଏକ ସମାନ ଘଟଣା ଦେଖିବାକୁ ମିଳିଥିଲା । ଏହାବ୍ୟତୀତ ୪ ମାସ ତଳେ ଗାଜିଆବାଦ ଏବଂ ଶାମଲୀ ଜିଲ୍ଲାରେ ରୁଟି କରୁିବା ବେଳେ ଛେପ ପକାଇ ଜଣେ ଜିରଫ ହୋଇଥିଲା ।

Get real time updates directly on you device, subscribe now.