fbpx

ହେଲିକପ୍ଟର ଉପରେ ଆଟାକ କଲା ଶାର୍କ: କିନ୍ତୁ ଟ୍ରୋଲ ହୋଇଗଲେ କିରନ ବେଦୀ-ଜାଣନ୍ତୁ କାହିଁକି

Advertisement

ନୂଆଦିଲ୍ଲୀ: ପୁଣି ଥରେ ଟ୍ରୋଲର ଶିକାର ହୋଇଛନ୍ତି ଭାରତର ପ୍ରଥମ ମହିଳା IPS ଅଧିକାରିଣୀ କିରଣ ବେଦୀ । ନିଜ ଟ୍ୱିଟର ଆକାଉଣ୍ଟରେ ପୋଷ୍ଟ କରିଥିବା ଏକ ଭିଡିଓକୁ ନେଇ ସେ ଏବେ ୟୁଜର୍ସଙ୍କ ଟାର୍ଗେଟକୁ ଆସିଛନ୍ତି । ସମୁଦ୍ର ବାଟ ଦେଇ ଯାଉଥିବା ଗୋଟିଏ ହେଲିକପ୍ଟରକୁ ଶାର୍କ ଆଟାକ କରୁଥିବାର ଭିଡିଓ ପୋଷ୍ଟ କରିଥିଲେ କିରଣ । ତେବେ ଏହି ଭିଡିଓ ବାବଦରେ କିଛି ଭୁଲ ତଥ୍ୟ ଦେଇ ଏବେ ସେ ଟ୍ରୋଲର ଶିକାର ହୋଇଛନ୍ତି ।

ଏହି ଭିଡିଓ ପୋଷ୍ଟ କରିବା ସହ ସେ ଲେଖିଛନ୍ତି ଯେ, ଏହି ଭିଡିଓ ପାଇଁ ନେସନାଲ ଜିଓଗ୍ରାଫିକ ଚ୍ୟାନେଲ ୧ ମିଲିୟନ ଡଲାର ଖର୍ଚ୍ଚ କରିଛି । ଏଥି ସହ ଭିଡିଓଟି ଖୁବ ସୁନ୍ଦର ବୋଲି ମଧ୍ୟ ସେ ଲେଖିଛନ୍ତି । ତେବେ ପ୍ରକୃତ ଘଟଣା ହେଉଛି ଏହି ଭିଡିଓଟି ୨୦୧୭ ମସିହାରେ ରିଲିଜ ହୋଇଥିବା ସିନେମା, ‘୫ହେଡେଡ ଶାର୍କ ଆଟାକ’ର ଏକ ଦୃଶ୍ୟ । ଏହାକୁ କେହି ଜଣେ ଏଭଳି ମିଛ ତଥ୍ୟ ଦେଇ ଭାଇରାଲ କରି ଦେଇଥିଲା । ତେବେ ନେସନାଲ ଜିଓଗ୍ରାଫିକ ଚ୍ୟାନେଲକୁ ନେଇ ଏଥିରେ ଲେଖାଯାଇଥିବା ତଥ୍ୟ ଏକଦମ ଭୁଲ ବୋଲି ମଧ୍ୟ କୁହାଯାଇଛି ।

କିନ୍ତୁ ଏହି ଭିଡିଓ କିରଣ ବେଦୀ ପୋଷ୍ଟ କରିବା ପରେ ଟୋଲର ଶିକାର ହୋଇଛନ୍ତି । ଏହାପରେ ଅନେକ ୟୁଜର୍ସ କିରଣ ବେଦୀଙ୍କ ପଛରେ ଲାଗି ଯାଇଛନ୍ତି । ଏମିତି କି କିଛି ଯୁଜର୍ସ ତାଙ୍କ ପୁରୁଣା ଟ୍ୱିଟକୁ ମଧ୍ୟ ମନେ ପକାଇ ଦେଇଛନ୍ତି । ଏହା ପୂର୍ବରୁ ସ୍ପେଶ ଏଜେନ୍ସିକୁ ନେଇ କରିଥିବା ଏକ ପୋଷ୍ଟ ପାଇଁ ଟ୍ରୋଲ ହୋଇ ସାରିଛନ୍ତି କିରଣ ବେଦୀ । ସୂର୍ଯ୍ୟଙ୍କୁ ଓମ ଧ୍ୱନୀ ଉଚ୍ଚାରଣ କରୁତିବାର ନାସା ରେକର୍ଡ କରିଛି ବୋଲି ସେହି ପୋଷ୍ଟରେ ଦାବି କରିଥିଲେ କିରଣ ।

Get real time updates directly on you device, subscribe now.