fbpx

ଭାରତରୁ ସରିଗଲାଣି Xiaomi, Samsung, Apple ଓ Realmeର ଷ୍ଟକ୍: ଏଣିକି ସ୍ମାର୍ଟଫୋନ୍ କିଣିବା ହୋଇଯିବ ମୁସ୍କିଲ୍

ନୂଆଦିଲ୍ଲୀ: ସ୍ମାର୍ଟଫୋନକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ଅପଡେଟ୍ ଆସିଛି । ଦେଶରେ ଜିଓମି, ସାମସଙ୍ଗ, ଆପଲ ଓ ରିଅଲମି ପରି ପପୁଲାର ବ୍ରାଣ୍ଡର ଷ୍ଟକ୍ ପ୍ରାୟ ସମାପ୍ତ ହେବାକୁ ବସିଲାଣି । ଏହି ସମସ୍ତ ସ୍ମାର୍ଟଫୋନ୍ ଇ-କମର୍ସ ସାଇଟ୍ ଓ ରିଟେଲ ମାର୍କେଟ ଉଭୟ ସ୍ଥାନରୁ ଶେଷ ହୋଇଗଲାଣି । ଏବେ ସ୍ମାର୍ଟଫୋନ ଡିମାଣ୍ଡ ତୁଳନାରେ ମାତ୍ର ୨୦ରୁ ୩୦ ପ୍ରତିଶତ ସପ୍ଲାଏ ହୋଇ ପାରୁଛି । ଦିପାବଳୀ ପରି ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ସମସ୍ତ ବ୍ରାଣ୍ଡକୁ ଷ୍ଟକ୍ ରଖିବା ନେଇ ପ୍ରୟାସ କରାଯାଇଥିଲା । ମାତ୍ର ଏବେ କିଛି ଟପ୍ ସେଲିଂ ମଡେଲ ଆଉଟ୍ ଅଫ୍ ଷ୍ଟକ୍ ହୋଇଥିବା ଜଣାପଡ଼ିଛି ।

ଏନେଇ ମାର୍କେଟ ରିସର୍ଚ୍ଚର ଆଇଡିସି ଓ କାଉଣ୍ଟରପଏଣ୍ଟ ପକ୍ଷରୁ କୁହାଯାଇଛି ଯେ, ଅକ୍ଟୋବର-ଡିସେମ୍ବର ତିନି ମାସ ମଧ୍ୟରେ ସେଲିଂ ପ୍ରଭାବିତ ହେବ । ସେହିପରି ଏହି ସମସ୍ତ ବ୍ରାଣ୍ଡର ସପ୍ଲାଇ କେବେ ବୃଦ୍ଧି ହେବ ସେନେଇ କୌଣସି ଅପଡେଟ୍ ନଥିବା ଗାଡଗେଡ୍ସ ନାଓର ଏକ ରିପୋର୍ଟରେ କୁହାଯାଇଛି । ସେମିକଣ୍ଡକ୍ଟର ଚିପସେଟର ଗ୍ଲୋବାଲ ସର୍ଟେଜ କାରଣରୁ ସ୍ମାର୍ଟଫୋନ କମ୍ପାନୀଗୁଡ଼ିକୁ ବହୁତ ଅସୁବିଧା ଭୋଗିବାକୁ ପଡ଼ୁଛି । ଚଳିତ ବର୍ଷ ଫେଷ୍ଟିଭ୍ ସିଜିନର ବ୍ରାଣ୍ଡଗୁଡ଼ିକ ଷ୍ଟକ ଜମା କରି କୌଣସି ପ୍ରକାରେ ମ୍ୟାନେଜ କରିଥିଲେ, ମାତ୍ର ବର୍ତ୍ତମାନ ସପ୍ଲାଇ ନେଇ ବହୁତ ପ୍ରେସର ରହିଛି । ଦିବାବଳୀ ପରେ ୩୦ରୁ ୪୦ ପ୍ରତିଶତ ଡିମାଣ୍ଡ ହ୍ରାସ ପାଇଥିଲା । କିନ୍ତୁ ଏବେ ଚିପଟେ ସର୍ଟେଜ୍ କାରଣରୁ ସପ୍ଲାଇ ବହୁଳ ମାତ୍ରାରେ ପ୍ରଭାବିତ ହୋଇଛି । ପପୁଲାର ସ୍ମାର୍ଟଫୋନ ମଡେଲର ସର୍ଟେଜ ଚଳିତ ବର୍ଷ ଶେଷ ସୁଦ୍ଧା ଲାଗିବ ରହିବାର ସମ୍ଭାବନା ରହିଛି । ଏହାପରେ ବ୍ରାଣ୍ଡଗୁଡ଼ିକ ଭାରତ ପାଇଁ ମଡେଲ୍ସ ଷ୍ଟକ କରି ରଖିପାରିବେ ବୋଲି କାଉଣ୍ଟରପଏଣ୍ଟ ରିସର୍ଚ୍ଚ ଡାଇରେକ୍ଟର କହିଛନ୍ତି । ଆମାଜନରେ ଆଇଫୋନ ୧୧କୁ ଛାଡ଼ି ଅନ୍ୟ ସମସ୍ତ ମଡେଲ ଆଉଟ୍ ଅଫ୍ ଷ୍ଟକ୍ ହୋଇଯାଇଛି । ସେହିପରି ଫ୍ଲିପକର୍ଟରେ ଆଇଫୋନ ୧୩ର ଷ୍ଟକ୍ ଆଉଟ ହୋଇଯାଇଥିବା ଜଣାପଡ଼ିଛି । ରେଡମି ୧୦ ପ୍ରୋ, ରେଡମି ନୋଟ ୧୦ ପ୍ରୋ ମାକ୍ସ, ରେଡମୀ ୧୦ ପ୍ରାଇମ, ରେଡମି ନୋଟ ୧୦ଟି ୫ଜି, ଏମଆଇ ୧୦ଆଇ, ସାମସଙ୍ଗର ଏମ ଓ ଏସ୍ ସିରିଜ ସମ୍ପୂର୍ଣ୍ଣ ଆଉଟ୍ ଅଫ୍ ଷ୍ଟକ୍ ହୋଇଯାଇଛି ।

Get real time updates directly on you device, subscribe now.