fbpx
BJD
BJD SKY
BJD SKY

ନୂଆ ବର୍ଷ ପାଇଁ ରହିଛି କି Tour planning: ଅଳ୍ପ ଖର୍ଚ୍ଚରେ ବୁଲନ୍ତୁ ଏହି ୫ଟି ସୁନ୍ଦର ସ୍ଥାନ

ଓଡିଶା ଭାସ୍କର: ଆସନ୍ତାକାଲି ହେଉଛି ଚଳିତ ବର୍ଷର ଶେଷ ଦିନ। ଏହି ଶେଷ ଦିନର ରାତି ପାଇବା ମାତ୍ରେ ଆରମ୍ଭ ହେବ ୨୦୨୪ ବା ନୂଆବର୍ଷ । ଆଉ ନୂଆ ବର୍ଷ ଅବସରରେ ପ୍ରାୟ ସମସ୍ତଙ୍କ କିଛି କିଛି ଟୁର୍ ପ୍ଲାନିଂ ରହିଛି। କିଏ ଦେଶ ଭିତରେ ଭ୍ରମଣ କରିବାକୁ ଚାହୁଁଛି ତ ଆଉ କିଏ ବିଦେଶ ଯିବା ବ୍ୟବସ୍ଥାରେ ରହିଛନ୍ତି। କେବଳ ନୂଆ ବର୍ଷ ପାଇଁ ନୁହେଁ ବରଂ ସ୍ୱଳ୍ପ ଜୀବନକାଳ ମଧ୍ୟରେ ବିଭିନ୍ନ ଦର୍ଶନୀୟ ସ୍ଥାନ ଭ୍ରମଣ କରିବା ଲାଗି ପ୍ରାୟ ସମସ୍ତଙ୍କର ଇଚ୍ଛା ଥାଏ। ମାତ୍ର ଏଥିପାଇଁ କାର୍ୟ୍ୟବ୍ୟସ୍ତତା ହେଉ ଅଥବା ସମୟ ଅଭାବ, ବ୍ୟକ୍ତିଗତ ସମସ୍ୟା ଲାଗି ଯାତ୍ରା ସମ୍ଭବ ହୋଇପାରି ନ ଥାଏ। ମାତ୍ର ଏସବୁ ଛାଡ଼ିଦେଲେ ଏକ ବଡ଼ ସମସ୍ୟା ହେଉଛି ଟଙ୍କାର ଅଭାବ। ଅତି ଅଭାବ ଭିତରେ ଥିବା ଲୋକେ କେଉଁଠିକୁ ବୁଲିବା ପାଇଁ ଯିବାକୁ ସୁଯୋଗ ପାଇନଥାନ୍ତି। ସେହିପରି କିଛି ଲୋକ ସ୍ୱଳ୍ପ ଅର୍ଥ ଥିବା କାରଣରୁ ଅଳ୍ପ ଯାଗାକୁ ବୁଲି ଯାଇଥାନ୍ତି। ତେବେ ଏଭଳି ପରିସ୍ଥିତିରେ, ଯଦି ଆପଣ ଚାହିଁବେ ଅଳ୍ପ ଟଙ୍କା ନେଇ ଆପଣ ୫ଟି ସୁନ୍ଦର ସୁନ୍ଦର ସ୍ଥାନ ବୁଲିପାରିବେ।

କୋଡାଇ କେନାଲ:
ଏଠାରେ ଗୋଟିଏ ରାତି ରହିବା ପାଇଁ କଟେଜ୍‌ର ଭଡ଼ା ବାବଦକୁ ମାତ୍ର ୨୦୦ ଟଙ୍କା ଦେବାକୁ ପଡ଼ିଥାଏ। ସେହିପରି ଏଠାକାର ରାସ୍ତାକଡ଼ର ଖାଦ୍ୟ ଖୁବ ସ୍ୱାଦିଷ୍ଟ ହୋଇଥାଏ। ତେବେ ୩୦୦ ଟଙ୍କା ମଧ୍ୟରେ ଏଠି ସବୁକିଛି ମିଳିଯାଇଥାଏ।

Kodaikanal Tourist Places - Places To Visit In Kodaikanal

ପଣ୍ଡିଚେରୀ:
ଭାରତର ଫ୍ରାନ୍ସ କୁହାଯାଉଥିବା ପଣ୍ଡିଚେରୀରେ ଆପଣଙ୍କୁ ମାଗଣା ରହିବାର ସୁବିଧା ମିଳିଯିବ। ସେଠାରେ ଥିବା ଅରବିନ୍ଦ ଆଶ୍ରମରେ ଆପଣ ମାଗଣା ରହିପାରିବେ। ଆପଣଙ୍କୁ ସେଠି ଶାକାହାରୀ ଭୋଜନ ମିଳିବାର ସୁବିଧା ରହିଛି। ଏହା ସହିତ ଅନ୍ୟ ବିକଳ୍ପ ମଧ୍ୟ ରହିଛି। ସେହିପରି ଏହା ବ୍ୟତିତ ମାତ୍ର ୪୦୦ ଟଙ୍କାରେ ଦୁଇଜଣଙ୍କ ପାଇଁ ଭଲ ଖାଦ୍ୟ ମଧ୍ୟ ମିଳିଯିବ। ଅନ୍ୟପଟେ ୩ ଦିନ ଓ ୨ ରାତି ପାଇଁ ଏଠାରେ ୩୦୦ ଟଙ୍କାରେ ଆପଣ ଆରାମଦାୟକ କଟେଜ୍‌ରେ ମଧ୍ୟ ରହିପାରିବେ।

Top Pondicherry Tourist Places 2023 - [Get Top 10 List!]

ଉଟ୍ଟି: ଏଠାରେ ପ୍ରତିବର୍ଷ ଚକୋଲେଟ୍‌ରେ ସେଲ୍‌ ମିଳିବ। ଏଠାରେ କମ୍‌ ମୂଲ୍ୟରେ ଘରଭଡ଼ା ମିଳିଥାଏ। ବିଶେଷକରି ସୁନ୍ଦର ପ୍ରାକୃତିକ ସୌନ୍ଦର୍ୟ୍ୟ ସହ ଅନେକ ସ୍ଥାନ ବୁଲିବାର ସୁଯୋଗ ପାଇବେ।

Secret Tourist Spots In Ooty That You Must Explore On Your Next Vacay

ପୁଷ୍କର: ଏଠାରେ ମଧ୍ୟ ରହିବା ପାଇଁ ବହୁତ କମ୍‌ ଖର୍ଚ୍ଚ ହୋଇଥାଏ। ଅନ୍ୟ ସ୍ଥାନ ଭଳି ଏଠାରେ ମଧ୍ୟ ସମସ୍ତ ପ୍ରକାରର ସୁବିଧା ରହିଛି। ପ୍ରତିବର୍ଷ ଏହି ଜାନୁଆରୀ ସମୟରେ ପର୍ୟ୍ୟଟକଙ୍କ ବହୁତ ଭିଡ଼ ଦେଖିବାକୁ ମିଳିଥାଏ।

Jaipur Pushkar Weekend Tour - 2 Nights 3 Days Package

ଆଲ୍ଲେପି: ଏଠାକାର ହାଉସ୍‌ବୋଟ୍‌ରେ ଆପଣ ଏକ ରୁମ୍‌ ଭଡ଼ା ନେଇପାରିବେ। ଏହା ସହ ଖୁବ୍‌ କମ୍‌ ଟଙ୍କାରେ ଆମାଜନ ଜଙ୍ଗଲରେ ରହିବାର ମଧ୍ୟ ସୁଯୋଗ ମିଳିବ। ଏକ ହଜାର ଟଙ୍କାରେ ଆପଣଙ୍କୁ ଏହି ସୁନ୍ଦର ଜାଗାରେ ରହିବାକୁ ସୁବିଧା ମିଳିଯିବ।

Places to see in Alleppey | Blue Bird Travels

 

Get real time updates directly on you device, subscribe now.