fbpx
BSKY SKY
BSKY SKY

ନୂଆବର୍ଷ ଉପଲକ୍ଷେ ପୁରୀରେ ଯାନବାହନ ଚଳାଚଳ ଉପରେ ଜାରି ହେଲା କଟକଣା

ଡିସେମ୍ବର ୩୧ ରାତି ୧୨ଟାରୁ ୨ ତାରିଖ ରାତି ୧୨ଟା ପର୍ଯ୍ୟନ୍ତ କଟକଣା ରହିବ

BSKY

ପୁରୀ: (ଓଡ଼ିଶା ଭାସ୍କର) ନୂଆବର୍ଷ ଉପଲକ୍ଷେ ପୁରୀରେ ଯାନବାହନ ଚଳାଚଳ ଉପରେ ଜାରିହେଲା କଟକଣା । ଡିସେମ୍ବର ୩୧ ରାତି ୧୨ଟାରୁ ୨ ତାରିଖ ରାତି ୧୨ଟା ପର୍ଯ୍ୟନ୍ତ କଟକଣା ରହିବ । ମାର୍କେଟ ଛକଠୁ ସିଂହଦ୍ୱାର ପର୍ଯ୍ୟନ୍ତ ବଡ଼ଦାଣ୍ଡକୁ ନୋ-ଭେହିକିଲ୍ ଜୋନ୍ ଘୋଷଣା ହେବା ସହ ଦିଗବାରିଣୀଠୁ ବତୀଘର ଯାଏଁ ସମୁଦ୍ରକୂଳ ରାସ୍ତା କୁ ମଧ୍ୟ ନୋ- ଭେହିକିଲ୍ ଜୋନ୍ ଘୋଷଣା କରାଯାିଛି ।

ପୁରୀକୁ ଆସୁଥିବା ସମସ୍ତ ଟୁରିଷ୍ଟ ବସ୍ ମାଳତୀପାଟପୁର ବସଷ୍ଟାଣ୍ଡରେ ରହିବ । ହାଲୁକା ଯାନ ପାଇଁ ଜଗନ୍ନାଥବଲ୍ଲଭ, ଜେଲ୍ ରୋଡ ପାର୍କିଂରେ ବ୍ୟବସ୍ଥା କରାଯିବା ସହିତ ଶରଧାବାଲି ପାର୍କିଂ, ଯାତ୍ରୀକାରେ ପାର୍କିଂ ପାଇଁ ମଧ୍ୟ ହୋଇଛି ବ୍ୟବସ୍ଥା ।

Get real time updates directly on you device, subscribe now.