fbpx

ପାକିସ୍ତାନରେ ରହିଛି ଏପରି ସ୍ଥାନ, ଥରେ ଗଲେ ଲାଖିଯିବ ମନ….

ଓଡ଼ିଶା ଭାସ୍କର: ସାଧାରଣତଃ ପାକିସ୍ତାନରେ ହିଂସା, ଆତଙ୍କବାଦୀ ଏବଂ ରାଜନୈତିକ ଅସ୍ଥିରତାକୁ ନେଇ ସବୁବେଳେ ଚର୍ଚ୍ଚା ଲାଗିରହିଥାଏ । କିନ୍ତୁ ପାକିସ୍ତାନରେ ଏପରି କିଛି ପର୍ଯ୍ୟଟନ ସ୍ଥଳି ରହିଛି ଯାହାକୁ ପରିଦର୍ଶନ କରିବା ପାଇଁ ବିଶ୍ୱର କୋଣ ଅନୁକୋଣରୁ ପର୍ଯ୍ୟଟଙ୍କ ଭିଡ଼ ଦେଖିବାକୁ ମିଳିଥାଏ । ଏହି ପର୍ଯ୍ୟଟନ ସ୍ଥଳି ଅତ୍ୟନ୍ତ ଚିତ୍ତାକର୍ଷକ ଅଟେ ଯେ ସେହି ସ୍ଥାନରୁ ଫେରିବାକୁ ଇଚ୍ଛା ହେବନି । ତେବେ ଆସନ୍ତୁ ଜାଣିବା ଏମିତି କିଛି ପର୍ଯ୍ୟଟନ ସ୍ଥଳି ବିଷୟରେ :

୧. ବାଦଶାହୀ ମସଜିଦ୍(Badshahi Mosque): ଲାହୋର ସ୍ଥିତ ବାଦଶାହୀ ମସଜିଦ୍ ମୁଗଲ ସମୟର ଏକ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳି ଅଟେ । ଏହି ମସଜିଦ୍ ଲାହୋର ଦୁର୍ଗ ସମ୍ମୁଖରେ ଉପସ୍ଥିତ । ଏହି ମସଜିଦର ବାହ୍ୟ ଅଂଶ ମାର୍ବଲରେ ନିର୍ମିତ ହୋଇଥିବା ବେଳେ ଲାଲ ବାଲୁକା ପଥରରେ ସଜା ଯାଇଛି । ମୁଗଲ ସମୟରେ ସବୁଠାରୁ ଭବ୍ୟ ମସଜିଦ୍ ମଧ୍ୟରୁ ଏହା ଅନ୍ୟତମ । ୧୬୭୧ରୁ ୧୬୭୩ ମଧ୍ୟରେ ମୁଗଲ ଶାସକ ଅରଙ୍ଗଜେବ୍ ଦ୍ୱାରା ଏହି ମସଜିଦ୍ ନିର୍ମିତ ହୋଇଥିଲା ।


୨. ମିନାର-ଏ- ପାକିସ୍ତାନ: ଏହା ଲାହୋରର ଏକ ପ୍ରସିଦ୍ଧ ସ୍ମାରକୀ ଅଟେ । ଏହା ‘ଟାୱାର୍ ଅଫ୍ ପାକିସ୍ତାନ’ ନାମରେ ମଧ୍ୟ ଜଣାଶୁଣା । ୧୯୪୦ ମାର୍ଚ୍ଚ ୨୩ରେ ଏହି ସ୍ଥାନରେ ‘ଅଖିଳ ଭାରତୀୟ ମୁସଲିମ ଲିଗ୍’ ଦ୍ୱାରା ଲାହୋର ପ୍ରସ୍ତାବ ପାରିତ କରିଥିଲେ । ଏହି ସ୍ଥାନରେ ଭାରତ ଠାରୁ ଭିନ୍ନ ଏକ ମୁସଲମାନ ରାଜ୍ୟ ଗଠନ ପାଇଁ ଦାବି ନେଇ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା ।


୩. ଫୈସଲ ମସଜିଦ୍(Faisal Mosque): ଏହା ବିଶ୍ୱର ସବୁଠାରୁ ବଡ଼ ମସଜିଦ୍ ମଧ୍ୟରୁ ଅନ୍ୟତମ । ଏହା ଏକ ପ୍ରମୁଖ ଧାର୍ମିକ ସ୍ଥଳ । ଏହି ମସଜିଦ ସାଉଦୀ ରାଜା ଫୈସଲଙ୍କ ନାମରେ ରଖାଯାଇଛି । ଏହି ମସଜସିଦ ହେଉଛି ପାରମ୍ପରିକ ଇସଲାମିକ ସ୍ଥାପତ୍ୟର ଏକ ଆଧୁନିକ ବ୍ୟାଖ୍ୟା ଅଟେ ।


୪. ହୁଞ୍ଜା ଭେଲି(Hunza Valley): ଗିଲଗିତ୍ ବାଲିସ୍ତାନ ସ୍ଥିତ ହୁଞ୍ଜା ଭେଲି ଯାହାକୁ ଦେଖିଲେ ସ୍ୱର୍ଗର ଭ୍ରମ ସୃଷ୍ଟି ହୋଇଥାଏ । ପର୍ବତରେ ଘେରା ଏହି ହୁଞ୍ଜା ଭେଲିରେ ଅଟାବାଦ୍ ହ୍ରଦ ରହିଛି ଯାହାର ଜଳ ଅତ୍ୟନ୍ତ ମନୋହର । ମାନ୍ୟତା ରହିଛି ଯେ ଏହି ସ୍ଥାନରେ ମନୁଷ୍ୟ ୧୦୦ ବର୍ଷରୁ ଉଦ୍ଧ୍ୱର୍ ଜୀବିତ ରୁହେ । ତେବେ ଏହି ସ୍ଥାନ ପରିଦର୍ଶନ କରିବାର ସବୁଠାରୁ ଉଚିତ ସମୟ ହେଉଛି ମେ’ ରୁ ସେପ୍ଟେମ୍ବର ।


୫. ସ୍କର୍ଦୁ ଘାଟି(Skardu Valley): ଏହା ପାକିସ୍ତାନରେ ସବୁଠାରୁ ନ୍ନ୍ର ପର୍ଯ୍ୟଟନ ସ୍ଥଳି ମଧ୍ୟରୁ ଅନ୍ୟମତ । ବିଶାଳ ମରୁଭୂମି, ଝରଣା ଏବଂ ଉଚ୍ଚା ପର୍ବତ ଶିଖରରେ ଘେରା ଏହି ସ୍ଥାନ ସମସ୍ତଙ୍କ ଧ୍ୟାନ ଆକର୍ଷିତ କରିଥାଏ । ଏହି ଘାଟିର ଦୈର୍ଘ୍ୟ ୧୦ କିମି ଏବଂ ଲମ୍ବ ୪୦ କିମି । ସ୍କର୍ଦୁ ଘାଟି ଶିଗାର ନଦୀ ଏବଂ ସିନ୍ଧୁ ନଦୀର ସଙ୍ଗମ ସ୍ଥଳି ଅଟେ ।


୬. ଫେୟରୀ ମିଡୋଜ୍(Fairy Meadows): ଗିଲଗିତ୍ ବାଲିସ୍ତାନର ଦିୟାମର ଜିଲ୍ଲାରେ ଏହି ପର୍ଯ୍ୟଟନ ସ୍ଥଳି ଅବସ୍ଥିତ । ଏହା ଏକ ସୁନ୍ଦର ଘାସର ମଇଦାନ । ଉତ୍ତର ପାକିସ୍ତାନର ସବୁଠାରୁ ପ୍ରମୁଖ ସ୍ଥାନ ଏବଂ ସବୁଠାରୁ ଉଚ୍ଚା ଶିଖର ରାଜସୀ ନଙ୍ଗା ପାହାଡ଼ ଏଠାରେ ରହିଛି । ଏହି ପାହାଡ଼ ସବୁବେଳେ ବରଫରେ ଢ଼ଙ୍କା ହୋଇଥାଏ । ପାକିସ୍ତାନରେ ଏହି ସ୍ଥାନକୁ ପୃଥିବୀର ସ୍ୱର୍ଗ ଭାବେ ବିବେଚିତ କରାଯାଇଛି ।

Get real time updates directly on you device, subscribe now.