BREAKING: ପହଲଗାମରେ ହମଲା ପରେ ଭୟରେ ପର୍ଯ୍ୟଟକ, ଛାଡ଼ୁଛନ୍ତି କାଶ୍ମୀର…

ପହଲଗାମରେ ହମଲା ପରେ ପର୍ଯ୍ୟଟକଙ୍କ ଭିତରେ ଦେଖା ଦେଇଛି କୋକୁଆ ଭୟ। କାଲିର ଘଟଣାରେ ଭୟରେ କାଶ୍ମୀର ଛାଡ଼ୁଛନ୍ତି ପର୍ଯ୍ୟଟକ।

ଜମ୍ମୁକାଶ୍ମୀର: ପହଲଗାମରେ ହମଲା ପରେ ପର୍ଯ୍ୟଟକଙ୍କ ଭିତରେ ଦେଖା ଦେଇଛି କୋକୁଆ ଭୟ। କାଲିର ଘଟଣାରେ ଭୟରେ କାଶ୍ମୀର ଛାଡ଼ୁଛନ୍ତି ପର୍ଯ୍ୟଟକ।

ଶ୍ରୀନଗର ବିମାନବନ୍ଦରରେ ପର୍ଯ୍ୟଟକଙ୍କ ଭିଡ଼। ଏୟାର ଇଣ୍ଡିଆ ପକ୍ଷରୁ ପର୍ଯ୍ୟଟକଙ୍କ ପାଇଁ ସ୍ୱତନ୍ତ୍ର ବିମାନର ବ୍ୟବସ୍ଥା କରାଯାଇଛି।

ପର୍ଯ୍ୟଟକଙ୍କ ପାଇଁ ଦୁଇଟି ସ୍ୱତନ୍ତ୍ର ବିମାନର ବ୍ୟବସ୍ଥା କରାଯାଇଛି। ଶ୍ରୀନଗରରୁ ମୁମ୍ବାଇ ଓ ଦିଲ୍ଲୀ ଫେରିବେ ପର୍ଯ୍ୟଟକ।

କାଲିର ଘଟଣାକୁ ନେଇ ପର୍ଯ୍ୟଟକଙ୍କ ଭିତରେ ଭୟ ଦେଖା ଦେଇଛି। ବୁଲିବାକୁ ଆସିଥିବା ବେଳେ ଅନେକ ପର୍ଯ୍ୟଟକଙ୍କ କିପରି ଆତଙ୍କବାଦୀ ଗୁଳି କରି ମାରିଦେଲେ ତାକୁ ଭାବି ନିଜ ନିଜ ଘରକୁ ଯିବାକୁ ବାହାରିପଡ଼ିଛନ୍ତି ପର୍ଯ୍ୟଟକ।