fbpx
BSKY
BJD MC SKY
BJD YOUTH SKY

Big Breaking: ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର: ୨ ମୃତ, ୬ ଗୁରୁତର

ବ୍ରହ୍ମପୁର: ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିବା ଖବର ସାମ୍ନାକୁ ଆସିଛି । ଏକ ଟ୍ରାକ୍ଟର ଭାରସାମ୍ୟ ହରାଇ ଓଲଟି ପଡିଛି । ଏଥିରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଗୁରତର ଅଛନ୍ତି । ୬ଜଣ ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁଯାୟୀ, ବ୍ରହ୍ମପୁରର ପାତ୍ରପୁର ବ୍ଲକ ତାଳଗୁରାଣ୍ଡି ରାସ୍ତାରେ ଏହି ଟ୍ରାକ୍ଟରଟି ଓଲଟି ପଡିଛି । ଘଟଣାସ୍ଥଳରେ ୨ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୬ଜଣ ଗୁରୁତର ଅଛନ୍ତି । ଏକ ରାଜନୈତିକ କାର୍ଯ୍ୟକ୍ରମକୁ ଯିବା ବେଳେ ଏହି ଦୁର୍ଘଟଣା ଘଟିବା କଥା ସୂଚନା ମିଳିଛି ।

Get real time updates directly on you device, subscribe now.