fbpx
BJD SKY
BJD SKY

ଶସ୍ତା ହେବ ଖାଇବା ତେଲ: ବ୍ୟବସାୟୀ ରଖିପାରିବେନି ଷ୍ଟକ, ଜାଣନ୍ତୁ କେବେଠାରୁ ହେବ ଲାଗୁ

BJD

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ଖାଇବା ତେଲର ଦାମ୍ ବୃଦ୍ଧି ପାଇବାରେ ଲାଗିଛି । ତେଣୁ ଏହାକୁ ନିୟନ୍ତ୍ରର କରିବା ପାଇଁ କେନ୍ଦ୍ର ସରକାର ଷ୍ଟକ୍ ସୀମା ନିର୍ଦ୍ଧାରଣ କରିଛନ୍ତି । ବ୍ୟବସାୟୀମାନେ କେତେ ପରିମାଣରେ ତେଲ ନିଜ ପାଖରେ ଷ୍ଟକ ରଖିପାରିବେ, ତାହା ସରକାର ନିଷ୍ପତ୍ତି ନେବେ । ଆସନ୍ତା ବର୍ଷ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଏହି କଟକଣା ଲାଗୁ ହେବ ବୋଲି କେନ୍ଦ୍ର ଖାଦ୍ୟ ଓ ଉପଭୋକ୍ତା ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

ସୂଚନା ମୁତାବକ, ନିଜର ଆବଶ୍ୟକତା ଓ ଉପଲବ୍ଧ ଥିବା ଷ୍ଟକ୍ ବିଚାରକୁ ନେଇ ରାଜ୍ୟଗୁଡ଼ିକ ଖାଇବା ତେଲର ଷ୍ଟକ୍ ସୀମା ଧାର୍ଯ୍ୟ କରିପାରିବେ । ବ୍ୟବସାୟୀମାନେ ନିର୍ଦ୍ଧାରିତ ଷ୍ଟକ ସୀମାଠାରୁ ଅଧିକ ଖାଇବା ତେଲ ନିଜ ପାଖରେ ରଖିପାରିବେ ନାହିଁ । ଷ୍ଟକ ସୀମା କଟକଣା କେତେକ ନିର୍ଦ୍ଦିଷ୍ଟ ପ୍ରକାର ଆମଦାନୀକାରୀ କିମ୍ବା ରପ୍ତାନୀକାରୀଙ୍କ ଉପରେ ଲାଗୁ ହେବ ନାହିଁ । ଯେଉଁମାନଙ୍କ ପାଖରେ ବୈଦେଶିକ ବାଣିଜ୍ୟ ମହାନିର୍ଦ୍ଦେଶାଳୟ (ଡିଜିଏଫଟି)ଙ୍କ ଇମ୍ପୋର୍ଟର-ଏକ୍ସପୋର୍ଟର କୋଡ୍ ନମ୍ବର ରହିଥିବ ସେମାନଙ୍କ ପାଇଁ କଟକଣା ଲାଗୁ ହେବ ନାହିଁ । ଆନ୍ତର୍ଜାତିକ ବଜାରରେ ଖାଇବା ତେଲର ଦାମ ବଢ଼ୁଥିବାରୁ ଗ୍ରାହକଙ୍କ ପାଇଁ ତାହା ମହଙ୍ଗା ହେଉଛି । ତେଣୁ ଏହି ସ୍ଥିତିର ମୁକାବିଲା ପାଇଁ ସରକାର ବ୍ୟାପକ ରଣନୀତି ପ୍ରସ୍ତୁତ କରିଥିବା କୁହାଯାଇଛି ।

Get real time updates directly on you device, subscribe now.