fbpx

କୋଇଲା ଅଭାବରେ ଚାଲିଯିବ ପୂରା ଦେଶର ବିଜୁଳି? ୩ ରାଜ୍ୟରେ ବନ୍ଦ ହେଲା ୨୦ଟି ଥର୍ମାଲ ପାୱାର୍ ଷ୍ଟେସନ୍

ନୂଆଦିଲ୍ଲୀ: ଚାଇନା ପରେ ଏବେ ଭାରତରେ କୋଇଲା ସଙ୍କଟ ଦେଖା ଦେଇଛି । କୋଇଲାର ଅଭାବ କାରଣରୁ ଦେଶରେ ବିଜୁଳି ବନ୍ଦ ହୋଇଯିବା ନେଇ ଆଶଙ୍କା କରାଯାଉଛି । ଏହି କ୍ରମରେ ପଞ୍ଜାବ, କେରଳ ଓ ମହରାଷ୍ଟ୍ରରେ ୧୩ଟି ଥର୍ମାଲ ପାୱାର୍ ଷ୍ଟେସନ୍ ବନ୍ଦ ହୋଇଯାଇଛି । ଏସବୁ କେବଳ କୋଇଲା ଅଭାବରୁ ହେଉଥିବା ଜଣାପଡ଼ିଛି । ସମ୍ଭାବ୍ୟ ବିଜୁଳି ସଙ୍କଟ ଡରରେ କର୍ଣ୍ଣାଟକ ଏବଂ ପଞ୍ଜାବର ମୁଖ୍ୟମନ୍ତ୍ରୀ କେନ୍ଦ୍ରକୁ କୋଇଲା ଯୋଗାଇବା ନେଇ ଅନୁରୋଧ କରିଛନ୍ତି । ଅନ୍ୟପଟେ ମହାରାଷ୍ଟ୍ରର ଶକ୍ତି ବିଭାଗ ନାଗରିକଙ୍କୁ ବିଜୁଳି ବଞ୍ଚାଇବାକୁ ଅନୁରୋଧ କରିଛନ୍ତି ।

କେରଳ ସରକାର ମଧ୍ୟ ଚେତାବନୀ ଦେଇଛନ୍ତି ଯେ, ତାଙ୍କୁ ଲୋଡ-ଶେଡିଂର ସାହାରା ନେବାୁ ପଡ଼ିପାରେ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏ ଦିଗରେ ହସ୍ତକ୍ଷେପ କରିବାକୁ ଅନୁରେ।।ଧ କରିଛନ୍ତି । ଯାହାଫଳରେ କୋଇଲା, ଗ୍ୟାସ୍ ଏବଂ ବିଜୁଳି ଅଭାବ ଉପରେ ସେ ନଜର ଦେଇପାରିବେ ଓ ଏନେଇ କିଛି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିପାରିବେ । ଏହା ଭିତରେ କେନ୍ଦ୍ର ଶକ୍ତି ମନ୍ତ୍ରୀ ଆର କେ ସିଂ ରବିବାର ଦିନ କହିଛନ୍ତି, ଦିଲ୍ଲୀରେ ବିଜୁଳିର କୌଣସି ଅଭାବ ନାହିଁ ।

ରବିବାର ଦିନ କେନ୍ଦ୍ର ଶକ୍ତି ମନ୍ତ୍ରୀ ଆର.କେ ସିଂ ଆଶ୍ୱାସନା ଦେଇଛନ୍ତି ଯେ, କୋଇଲା ଯୋଗାଣ ଆଗକୁ ବୃଦ୍ଧି ପାଇବ । ସେ କହିଛନ୍ତି, “ମୁଁ ଗ୍ୟାସ୍ ଅଥରିଟି ଅଫ୍ ଇଣ୍ଡିଆ ଲିମିଟେଡ୍ କୁ ସାରା ଦେଶରେ ବିଦ୍ୟୁତ୍ କେନ୍ଦ୍ରକୁ ଆବଶ୍ୟକ ପରିମାଣର ଗ୍ୟାସ୍ ଯୋଗାଣ ଜାରି ରଖିବାକୁ କହିଛି । ଯୋଗାଣ ଜାରି ରହିବ ବୋଲି ସେମାନେ ମୋତେ ନିଶ୍ଚିତ କରିଛନ୍ତି। ପୂର୍ବରୁ ଗ୍ୟାସର ଅଭାବ ନଥିଲା କିମ୍ବା ଭବିଷ୍ୟତରେ ମଧ୍ୟ ରହିବ ନାହିଁ ” । କୋଇଲା ମନ୍ତ୍ରଣାଳୟ କହିଛି ଯେ ଦେଶରେ ପର୍ୟ୍ୟାପ୍ତ କୋଇଲା ଭଣ୍ଡାର ଅଛି ଏବଂ କମ୍ ଇନ୍ଭେଣ୍ଟ୍ରିର ଅର୍ଥ ନୁହେଁ ଯେ ବିଜୁଳି ଉତ୍ପାଦନ ବନ୍ଦ ହୋଇଯିବ । କାରଣ ଷ୍ଟମ୍ କ୍ରମାଗତ ଭାବରେ ପୂର୍ଣ୍ଣ କରିବାକୁ ଚେଷ୍ଟା କରାଯାଉଛି ।

Get real time updates directly on you device, subscribe now.