ସାବଧାନ! କାର୍ ହେଉ କି ବାଇକ୍‌, ଏବେ ୧୦ ହଜାର କଟିବ ଚାଲାଣ, ବଦଳିଗଲା ନିୟମ

ନୂଆଦିଲ୍ଲୀ: ଟୁ-ହ୍ୱିଲର, ଥ୍ରୀ-ହ୍ୱିଲର ଏବଂ ୪-ହ୍ୱିଲର ଚାଳକଙ୍କ ପାଇଁ ଏହି ଖବର ଗୁରୁତ୍ୱପୂର୍ଣ୍ଣ । ବଢୁଥିବା ପ୍ରଦୂଷଣର କାରଣରୁ ବର୍ତ୍ତମାନ ଟ୍ରାଫିକ ପୋଲିସ ବଡ଼ ପଦକ୍ଷେପ ଉଠାଇ ଟ୍ରାଫିକ ନିୟମରେ ବଡ଼ ପରିବର୍ତ୍ତନ ହୋଇଛି । ଧରାପଡିଲେ ଆପଣଙ୍କ ଉପରେ ୧୦ ହଜାର ଟଙ୍କାର ଚାଲାଣ କଟିପାରେ । ଅପଣଙ୍କ ଏକ ଛୋଟ ଭୁଲ ଆପଣଙ୍କୁ ଅସୁବିଧାରେ ପକାଇପାରେ । ଆସନ୍ତୁ ଜାଣିବା ଏହି ନୂଆ ନିୟମରୁ କିପରି ବଞ୍ଚିବେ ।

ଦିଲ୍ଲୀ-ଏନସିଆରରେ ଗତ କିଛି ଦିନରେ ପାଣିପାଗରେ ପରିବର୍ତ୍ତନ ଘଟିଛି । ଥଣ୍ଡା ବଢିବା ସହ, ବାୟୁ ପ୍ରଦୂଷଣ ବଢିଛି, ଯେଉଁ କାରଣରୁ ଲୋକଙ୍କୁ ନିଶ୍ୱାସ ନେବାରେ ଅନେକ ଅସୁବିଧା ହେଉଛି । ଘରୁ ବାହାରକୁ ବାହାରିବା ଅସହଜ ହୋଇପଡିଛି । ବିଷାକ୍ତ ବାୟୁର ସ୍ତର ବଢିସାରିଛି ।

ଏହାରି ମଧ୍ୟରେ ଆପଣ ନିଜ ଗାଡ଼ିର ଯାଞ୍ଚ କରିନିଅନ୍ତୁ । ଏତିକି ନୁହେଁ ଯେଉଁ ଲୋକଙ୍କ ପାଖରେ ପିୟୁସି ନାହିଁ, ସେହି ଲୋକଙ୍କୁ ପିୟୁସି ମଧ୍ୟ କରିବାକୁ ପଡିବ । ଏବଂ ଏହାର ସାର୍ଟିଫିକେଟ ମଧ୍ୟ ନିଜ ପାଖରେ ରଖିବାକୁ ପଡିବ । ଯଦି ଏହା ଆପଣଙ୍କ ପାଖରେ ଏହା ନମିଳେ ତେବେ ଆପଣଙ୍କ ନାମରେ ମୋଟା ଅଙ୍କର ଚାଲାଣ କରିବ । ଏହି ଚାଲାଣ ୧୦ ହଜାର ଟଙ୍କା ହୋଇପାରେ । ତେବେ ବାୟୁ ପ୍ରଦୂଷଣକୁ ନେଇ ଦିଲ୍ଲୀରେ ଗାଡ଼ିମାନଙ୍କ ଉପରେ କଡ଼ା ନଜର ରଖାଯାଇଛି । ଟ୍ରାଫିକ ପୋଲିସ ଛୋଟଠାରୁ ବଡ଼ ବାହାନ ପର୍ଯ୍ୟନ୍ତ ସବୁ ଗାଡ଼ିକୁ ଚେକ୍ କରୁଛି ।