fbpx

ଲର୍ଣ୍ଣିଂ ଲାଇସେନ୍ସରେ ରାସ୍ତାକୁ ଗାଡି ମନା

ଭୁବନେଶ୍ୱର,୧ ।୩(ଓଡିଶା ଭାସ୍କର): ରାଜ୍ୟରେ ଆଜିଠାରୁ ନୂଆ ଟ୍ରାଫିକ୍ ନିୟମ କଡାକଡି ଭାବେ ପାଳନ କରାଯାଉଛି । ଏଣିକି ଲର୍ଣ୍ଣିଂ ଲାଇସେନ୍ସଧାରୀମାନେ ରାସ୍ତାରେ ଗାଡି ଚଳାଇପାରିବେ ନାହିଁ । ଆଇନ ଖିଲାପକାରୀଙ୍କ ବିରୋଧରେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ । ଏନେଇ ଆରଟିଓ-୨ ସଞ୍ଜୟ ବେହେରା ଆଜି ସୂଚନା ଦେଇଛନ୍ତି ।

ତେବେ ଯାନବାହନ କାଗଜପତ୍ର ଯାଞ୍ଚର କେହାଳ ସୀମା ଶେଷ ହୋଇଛି । ଭୁବନେଶ୍ୱର ଆରଟିଓ-୨ ପକ୍ଷରୁ ଏବେ ସୁଦ୍ଧା ୬୩ଟି ଚାଲାଣ କଟାଯାଇଛି । ଅଢେଇ ଲକ୍ଷ ଟଙ୍କାର ଜରିମାନା ଆଦାୟ କରିସାରିଲାଣି ଆରଟିଓ-୨ । ଜଣଙ୍କଠାରୁ ସର୍ବାଧିକ ୨୨ ହଜାର ଟଙ୍କାର ଜରିମାନା ଆଦାୟ ହୋଇଥିବା ଜଣାପଡିଛି ।

Get real time updates directly on you device, subscribe now.