fbpx

ପୋଲିସ ନ ଧରିଥିଲେ ବି ଉଲ୍ଲଙ୍ଘନକାରୀ ଗଣିବେ ଜୋରିମାନା

ଭୁବନେଶ୍ୱର,୩୦ା୧୧(ଓଡ଼ିଶା ଭାସ୍କର): ଆସନ୍ତାକାଲିଠୁ ଟ୍ରାଫିକ ଉଲ୍ଲଙ୍ଘନ ଚିହ୍ନଟ ବ୍ୟବସ୍ଥା ଆରମ୍ଭ କରାଯିବ । ପୋଲିସ ନ ଧରିଥିଲେ ବି ଉଲ୍ଲଙ୍ଘନକାରୀ ଜୋରିମାନା ଗଣିବେ । ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ରୁପାଲି ଛକରୁ ଆରମ୍ଭ ହେବ । ସିସିଟିଭିରେ ଟ୍ରାଫିକ ଉଲ୍ଲଙ୍ଘନକାରୀଙ୍କ ନମ୍ବର ପ୍ଲେଟ କଏଦ କରାଯିବ । ଯେଉଁ ଗାଡ଼ିଚାଳକ ଉଲ୍ଲଙ୍ଘନ କରିଥିବେ ତାଙ୍କ ଘରକୁ ଚାଲାଣ ପଠାଯିବ ଏବଂ ଏହାସହ ଆରଟିଓ ଖାତାରେ ଜୋରିମାନା ଚଢ଼ିବ । ଟିକସ ଦେବା ବେଳେ ସୁଧସହ ତଣ୍ଡ ଗଣିବେ ଖିଲାପକାରୀ ଚାଳକ । ରୁପାଲି ଛକ ପରେ ଆଉ ୮ଟି ଛକରେ ଟିଭିଡ଼ିଏସ ଲାଗୁ ହେବ । ୩ବର୍ଷ ଭିତରେ ଟ୍ରାଫିକ ପୋଷ୍ଟରୁ ପୋଲିସ ପ୍ରତ୍ୟାହାର ଲକ୍ଷ୍ୟ ରଖାଯାଇଛି । ଏନେଇ ପୋଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.