fbpx

ଆହୁରି ୩ ମାସ କୋହଳ ହେଲା ଟ୍ରାଫିକ୍ ନିୟମ

ଭୁବନେଶ୍ୱର,୨୮ ।୧୧(ଓଡିଶା ଭାସ୍କର): ନୂଆ ଟ୍ରାଫିକ୍ ନିୟମକୁ ଆଉ ୩ ମାସ ପର୍ଯ୍ୟନ୍ତ କୋହଳ କରାଯାଇଛି । ଏନେଇ ଆଜି ବିଧାନସଭାରେ ଘୋଷଣା କରିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ଏହା ପୂର୍ବରୁ ୩ ମାସ ପାଇଁ ନୂଆ ମୋଟର ଯାନ ଆଇନକୁ କୋହଳ କରିଥିଲେ ରାଜ୍ୟ ସରକାର । ଡିସେମ୍ବର ୧ରୁ ନୂଆ ନିୟମ କଡାକଡି ଭାବେ ଲାଗୁ ହେବାର ଥିଲା ।

ତେବେ ଆରଟିଓ ଅଫିସଗୁଡିକରେ ଡ୍ରାଇଭିଂ ଲାଇସେନ୍ସ ପାଇଁ ପ୍ରବଳ ଭିଡ ଲାଗିରହୁଛି । ଏନେଇ ଗାଡି କାଗଜ ପତ୍ର କୋହଳ ଅବଧିକୁ ବଢାଇବାକୁ ଗୃହରେ ଶାସକ ଓ ବିରୋଧୀ ବିଧାୟକମାନେ ଆଜି ଦାବି କରିଥିଲେ । ଏହି ପ୍ରସଙ୍ଗ ଉଠାଇଥିଲେ ବିଧାୟକ ଦେବୀପ୍ରସାଦ ମିଶ୍ର । ରାଜ୍ୟରେ ନୂଆ ମଟରଯାନ ଆଇନ୍ ଲାଗୁ ହେବା ପରେ ସେପ୍ଟେମ୍ବର ୧ ରୁ ୨୪ ନଭେମ୍ବର ମଧ୍ୟରେ ବିଭିନ୍ନ ଆରଟିଓ ମାନଙ୍କରେ ୮ ଲକ୍ଷ ୮୯ ହଜାର ୯୩ ଜଣ ଆବେଦନକାରୀ ପାଇଁ ଲର୍ଣ୍ଣିଙ୍ଗ୍ ଲାଇସେନ୍ସ ପାଇଁ ଆବେଦନ କରିଛନ୍ତି । ଯେଉଁଥିରେ ୫ ଲକ୍ଷ ୨୫ ହଜାର ୯୬୮ ଜଣଙ୍କୁ ଲର୍ଣ୍ଣିଙ୍ଗ୍ ଲାଇସେନ୍ସ ଯୋଗାଇ ଦିଆଯାଇଛି ।

Get real time updates directly on you device, subscribe now.