fbpx

ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ମିଳିଲା ମଧ୍ୟାହ୍ନ ଭୋଜନ ଦାୟିତ୍ୱ

ଭୁବନେଶ୍ୱର,୨୮ା୧୧(ଓଡ଼ିଶା ଭାସ୍କର): ସ୍କୁଲରେ ମଧ୍ୟାହ୍ନ ଭୋଜନ ଦାୟିତ୍ୱରୁ ଶିକ୍ଷକମାନଙ୍କୁ ମୁକ୍ତ କରାଯାଇଛି । ଏଣିକି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚଜି) ଏହି ମଧ୍ୟାହ୍ନ ଭୋଜନ କଥା ବୁଝିବେ । ମିଶନ ଶକ୍ତି ଓ ଗଣ ଶିକ୍ଷା ବିଭାଗ ପକ୍ଷରୁ ଏନେଇ ନିଷ୍ପତ୍ତି ଗ୍ରହଣ କରାଯାଇଥିବା ସୂଚନା ମିଳିଛି । ପ୍ରାଥମିକ ଭାବେ ଶହେରୁ ଅଧିକ ପିଲା ଥିବା ସ୍କୁଲ ଖାଦ୍ୟ ଦାୟିତ୍ୱ ସ୍ୱୟଂ ସହାୟକ ଗୋଷ୍ଠୀକୁ ଦିଆଯିବ । ସେଣ୍ଟ୍ରାଲ କିଚେନ ଦ୍ୱାରା ବା ଅକ୍ଷୟପାତ୍ର ପକ୍ଷରୁ ଦିଆଯାଉଥିବା ମଧ୍ୟାହ୍ନ ଭୋଜନ ପୂର୍ବପରି ଚାଲିବ । ଡିଇଓଙ୍କ ଜରିଆରେ ଏସଏଚଜି ଗ୍ରୁପ ମଧ୍ୟାହ୍ନ ଭୋଜନ ବାବଦକୁ ଅର୍ଥ ପାଇବେ । ମଧ୍ୟାହ୍ନ ଭୋଜନ ବିତରଣ ବେଳେ ଏସଏଚଜି ସଦସ୍ୟ ଓ ସେମାନଙ୍କ ସହ ସ୍କୁଲ ପ୍ରଧାନଶିକ୍ଷକ ମଧ୍ୟ ଉପସ୍ଥିତ ରହିବେ ବୋଲି ସୂଚନା ମିଳିଛି ।

Get real time updates directly on you device, subscribe now.