fbpx

ଓଡ଼ିଶା ବନ୍ୟଜନ୍ତୁଙ୍କ ଉପରେ ବିଦେଶୀ ମାଫିଆ ନଜର

ଭୁବନେଶ୍ୱର,୨୮ା୧୧(ଓଡ଼ିଶା ଭାସ୍କର): ଓଡ଼ିଶା ବନ୍ୟଜନ୍ତୁଙ୍କ ପ୍ରତି ବିଦେଶୀ ମାଫିଆମାନେ ଖରାପ ନଜର ରଖିଛନ୍ତି । ବିଦେଶକୁ ଓଡ଼ିଶାର ବିରଳ ବନ୍ୟଜନ୍ତୁ ଚାଲାଣ ହେଉଥିବା ସୂଚନା ମିଳିଛି । ଏନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଛି ବନ୍ୟଜନ୍ତୁ ଅପରାଧ ନିୟନ୍ତ୍ରଣ ବ୍ୟୁରୋ । ସେହି ବୈଠକରେ ସିବିଆଇ, ଇଡ଼ି,କୋଷ୍ଟଗାର୍ଡ଼,ବନବିଭାଗ, ଏସଟିଏଫ ସାମିଲ ହେବେ । ବନ୍ୟଜନ୍ତୁ ନେପାଳ, ବାଙ୍ଗଲାଦେଶ, ମିଆଁମାର ଦେଇ ଚୀନ ଚାଲାଣ ହେଉଥିବା ଜଣାପଡ଼ିଛି । ଜନ୍ତୁ ଚୀନ ଚାଲାଣ ହେଉଥିବା କୋଷ୍ଟଗାର୍ଡ଼ ଏଡ଼ିଜି ପ୍ରାଣବିନ୍ଦୁ ଆଚାର୍ଯ୍ୟ କହିଛନ୍ତି । ବନ୍ୟଜନ୍ତୁ ଅପରାଧ ନିୟନ୍ତ୍ରଣ ବ୍ୟୁରୋ ଏଡ଼ିଜି ତିଳୋତ୍ତମା ବର୍ମା ଏନେଇ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.