ଟ୍ରେନ୍ ଯାତ୍ରା ପୂର୍ବରୁ ଏ ଖବର ଉପରେ ପକାନ୍ତୁ ନଜର: ମେ’ ୩୧ ପର୍ଯ୍ୟନ୍ତ ଏହି ସବୁ ଟ୍ରେନ୍ ବାତିଲ

ଏହି ଟ୍ରେନ୍ ମାସ ତମାମ କ୍ୟାନ୍ସେଲ୍ । ଯାତ୍ରୀ ହଇରାଣ ।

ନୂଆଦିଲ୍ଲୀ: ଭାରତୀୟ ରେଳବାଇରେ ଯାତ୍ରା କରୁଥିବା ଯାତ୍ରୀଙ୍କ ସଂଖ୍ୟା ନିରନ୍ତର ବୃଦ୍ଧି ପାଉଛି। ଗତ କିଛି ବର୍ଷ ମଧ୍ୟରେ ଯାତ୍ରୀଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି। ରେଳବାଇ ମଧ୍ୟ ଯାତ୍ରୀଙ୍କ ସୁବିଧା ପାଇଁ ପ୍ରୟାସ ଜାରି ରଖିଛି। ଏଥିପାଇଁ, ରେଳବାଇ ତାର ନେଟୱାର୍କକୁ ଦୁର୍ଗମ ଅଞ୍ଚଳକୁ ବିସ୍ତାର କରୁଛି।

ରେଳ ବିକାଶ କାର୍ଯ୍ୟ ଯୋଗୁଁ, କିଛି ଟ୍ରେନକୁ ବାତିଲ କରିବା ସହ ଆଉ କିଛି ଟ୍ରେନ୍ର ରୁଟି ବଦଳାଯାଇଛି, ଯାହା ଫଳରେ ଯାତ୍ରୀଙ୍କୁ ବିଶେଷ ଅସୁବିଧା ଭୋଗ କରିବାକୁ ପଡିଛି । ମେ ମାସରେ ମଧ୍ୟ ଅନେକ ଟ୍ରେନ ପ୍ରଭାବିତ ହୋଇଛି; ଚାଲନ୍ତୁ ସେ ସମ୍ପର୍କରେ ଜାଣିବା…

ଏହି ଟ୍ରେନଗୁଡ଼ିକ ମେ ମାସରେ ବାତିଲ ହୋଇଛି
ଯଦି ଆପଣ ଆଗାମୀ କିଛି ଦିନ ମଧ୍ୟରେ ଟ୍ରେନରେ କୌଣସି ସ୍ଥାନକୁ ଯାତ୍ରା କରିବାକୁ ଯାଉଛନ୍ତି। ତେବେ ଏହି ଖବର ଆପଣଙ୍କ ପାଇଁ। ଦକ୍ଷିଣ ପୂର୍ବ ରେଳବାଇ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଦକ୍ଷିଣ ପୂର୍ବ ରେଳବାଇର ରାଞ୍ଚି ଡିଭିଜନରେ ରେଳ ଓଭର ବ୍ରିଜର କାମ ଚାଲିଛି।

ଯାହା ଯୋଗୁଁ କିଛି ଟ୍ରେନର ରୁଟ୍ ପରିବର୍ତ୍ତନ କରିବାକୁ ପଡିଲା। ତେଣୁ କିଛି ଟ୍ରେନକୁ ବାତିଲ କରିବାକୁ ପଡିଛି । ଯଦି ଆପଣ କୌଣସି ସ୍ଥାନକୁ ଯାଉଛନ୍ତି, ତେବେ ପ୍ରଥମେ ରେଳବାଇ ଦ୍ୱାରା ବାତିଲ ଏବଂ ସଂକ୍ଷିପ୍ତ ସମୟ ପାଇଁ ଚାଲୁଥିବା ଟ୍ରେନଗୁଡ଼ିକର ତାଲିକା ଦେଖନ୍ତୁ।

ବାତିଲ ହୋଇଥିବା ଟ୍ରେନ
-ଟ୍ରେନ ନମ୍ବର ୧୮୧୧୩ ଟାଟାନଗର- ବିଳାସପୁର ଏକ୍ସପ୍ରେସ ୧୯ ମେ , ୨୪ ମେ, ୨୫ ମେ, ୨୬ ମେ, ୨୭ ମେ, ୨୮ ମେ ଏବଂ ୨୯ ମେ ପାଇଁ ବାତିଲ କରାଯାଇଛି।
-ଟ୍ରେନ ନମ୍ବର ୧୮୧୧୪ ବିଳାସପୁର-ଟାଟାନଗର ଏକ୍ସପ୍ରେସକୁ ୧୫ମେ, ୨୦ ମେ, ୨୫ ମେ, ୨୬ ମେ, ୨୭ ମଇ, ୨୮ ମେ, ୨୯ ମେ ଏବଂ ୩୦ ମେ ପାଇଁ ବାତିଲ କରାଯାଇଛି।
-ଟ୍ରେନ ନମ୍ବର ୧୮୧୦୯ ଏବଂ ଟ୍ରେନ ନମ୍ବର ୧୮୧୧୦ ଟାଟାନଗର-ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଇତୱାରୀ-ଟାଟାନଗର ଏକ୍ସପ୍ରେସକୁ ୧୧ ମେ ରୁ ୨୬ ମେ ପର୍ଯ୍ୟନ୍ତ ବାତିଲ କରାଯାଇଛି।

ଟ୍ରେନଗୁଡ଼ିକର ରୁଟ୍ ପରିବର୍ତ୍ତନ
ଋଷିକେଶରୁ ପୁରୀକୁ ଯାଉଥିବା ଟ୍ରେନ୍ ନମ୍ବର ୧୮୪୭୮, କଳିଙ୍ଗ ଉତ୍କଳ ଏକ୍ସପ୍ରେସ୍ ମେ ୧୧, ମେ ୧୩ ଏବଂ ମେ ୧୬ ରେ ଇବ୍, ଝାରସୁଗୁଡ଼ା, ସମ୍ବଲପୁର ସିଟି ଏବଂ କଟକ ଦେଇ ଚଳାଚଳ କରିବ।
ଟ୍ରେନ୍ ନମ୍ବର ୧୮୪୭୭ ପୁରୀରୁ ଋଷିକେଶ ଦେଇ ମେ ୧୬ ତାରିଖରେ କଟକ, ସମ୍ବଲପୁର ସିଟି, ଝାରସୁଗୁଡ଼ା ଏବଂ ଇବ୍ ଦେଇ ଛାଡିବ।