fbpx
BSKY SKY
BSKY SKY

ଆଇସୋଲେସନ୍ ୱାର୍ଡରେ ପରିଣତ ହେଲା ଟ୍ରେନ୍ କୋଚ୍‌

BSKY

ଭୁବନେଶ୍ୱର, ୪ା୪ (ଓଡ଼ିଶା ଭାସ୍କର): ଟ୍ରେନ୍ କୋଚ୍‌ଗୁଡ଼ିକୁ ଆଇସୋଲେସନ୍ ୱାର୍ଡରେ ପରିଣତ କରାଯାଇଛି । ଭୁବନେଶ୍ୱରରେ ୨୬୧ଟି କୋଚ୍‌କୁ ଏପରି କରାଯାଇଥିବା ପୂର୍ବତଟ ରେଳପଥ ପକ୍ଷରୁ ଘୋଷଣା କରାଯାଇଛି । ଟ୍ରେନ୍ କୋଚ୍‌ଗୁଡ଼ିକ ଆଇସୋଲେସନ୍ ୱାର୍ଡରେ ପରିଣତ ହେବା ପରେ ଅଧିକ ସଂଖ୍ୟକ ସନ୍ଦିଗ୍ଧଙ୍କୁ ସେଠାରେ ରଖାଯାଇ ଚିକିତ୍ସା କରାଯାଇପାରିବ । ପୂର୍ବତଟ ରେଳପଥ ପକ୍ଷରୁ କରାଯାଇଥିବା ଏହି ପଦକ୍ଷେପକୁ ଅନେକ ମହଲରେ ପ୍ରଶଂସା କରାଯାଇଛି । କରୋନା ସନ୍ଦିଗ୍ଧଙ୍କୁ ସେଠାରେ ରଖାଯାଇପାରିବ । ଦେଶରେ ତଥା ରାଜ୍ୟରେ କରୋନା ସନ୍ଦିଗ୍ଧଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଥିବାରୁ ଏହାକୁ ଦୃଷ୍ଟିରେ ରଖି ଏପରି ପଦକ୍ଷେପ ଗ୍ରହଣ କରାଯାଇଛି ।

Get real time updates directly on you device, subscribe now.