ବଢ଼ିଲା ଟ୍ରେନ ଯାତ୍ରୀଙ୍କ ଚିନ୍ତା! ଜୁଲାଇରୁ ବଢ଼ିବ ଟିକଟ ମୂଲ୍ୟ, ଆହୁରି ମହଙ୍ଗା ହେବ ରେଳ ଯାତ୍ରା

ଏସି, ନନଏସି ଟିକଟ ପାଇଁ ବଢ଼ିବ ଅଲଗା ଦର । ତତ୍କାଳ ଟିକଟ ବୁକିଂର ବଦଳିବ ନିୟମ ।

ନୂଆଦିଲ୍ଲୀ: ଆସନ୍ତା ମାସରୁ ମହଙ୍ଗା ହେବ ଟ୍ରେନ ଯାତ୍ରା । ଟ୍ରେନରେ କୌଣସି ସ୍ଥାନକୁୁ ଯିବା ପାଇଁ କରାଯାଉଥିବା ଟିକଟର ମୂଲ୍ୟ ବଢ଼ିବ ।

ଟ୍ରେନର ଏସି, ନନଏସି, ଏକ୍ସପ୍ରେମସ ସର୍ଭିସ ସାଙ୍ଗକୁ ଲମ୍ବା ଦୂର ଯାତ୍ରା କରୁଥିବା କାଟେଗୋରୀରେ ଦର ବୃଦ୍ଧି ଘଟିବାକୁ ଯାଉଛି । ନନଏସି ମେଲ୍ ଏବଂ ଏକ୍ସପ୍ରେସ ଟ୍ରେନ ଭଡ଼ା ୧ ପଇସା ପ୍ରତି କିଲୋମିଟର ବଢ଼ିବ ।

ସେହିପରି ଏସି କାଟାଗୋରୀ ପାଇଁ ଟିକଟ ମୂଲଏ୍ୟ ୨ ପଇସା ପ୍ରତି କିଲୋମିଟର ବଢ଼ିବ ।

ରିପୋର୍ଟ ମୁତାବକ, ଟ୍ରେନରେ ସେକେଣ୍ଡ କ୍ଲାସ ବଗିରେ ୫୦୦ କିଲୋମିଟର ଯାତ୍ରା କରିବା ପାଇଁ କରାଯାଉଥିବା ଟିକଟ ମୂଲ୍ୟରେ ବେଶୀ ପରିବର୍ତ୍ତନ କରାଯାଇନାହିଁ ।

ହେଲେ ୫୦୦ ମିଟରରୁ ଅଧିକ ଦୂର ପର୍ଯ୍ୟନ୍ତ ଯାତ୍ରା କଲେ ପ୍ରତି କିଲୋମିଟର ପିଛା ୦.୫ ପିସା ବୃଦ୍ଧି କରାଯିବା ନେଇ ସ୍ଥିର କରାଯାଇଛି । ରେଳ ଅଧିକାରୀଙ୍କ ପକ୍ଷରୁ ଜାରି ନୋଟିସ ଅନୁସାରେ, ଆସନ୍ତା ଜୁଲାଇ ୧ ତାରିଖରୁ ଆଇଆରସିଟିସି ୱେବସାଇଟ୍ ଏବଂ ଆପ୍ରେ ଆଧାର ଅଥେଣ୍ଟିକେଟ୍ ୟୁଜର ଟିକଟ ବୁକ୍ କରିପାରିବେ ।

ରେଳ ମନ୍ତ୍ରଣାଳୟ ପକ୍ଷରୁ ଘୋଷଣା କରାଯାଇଛି ଯେ, ଜୁଲାଇ ୧୫ ତାରିଖରୁ ତକ୍ରାଳ ଟିକଟ ବୁକିଂ ସମୟରେ ଆଧାର ବେସ୍ଡ ଓଟିପିରେ ହିଁ ଟିକଟ ବୁକିଂ ସଫଳ ହେବ ।

ସେପଟେ ତତ୍କାଳ ଟିକଟ ବୁକିଂର ସମୟରେ ସାମାନ୍ୟ ପରିବର୍ତ୍ତନ ମଧ୍ୟ କରାଯାଇଛି । ବିଶେଷ କରି ଏସି କ୍ଲାସ ପାଇଁ ସକାଳ ୧୦ଟାରୁ ସାଢ଼େ ୧୦ଟା ପର୍ଯ୍ୟନ୍ତ ଏବଂ ନନ୍ ଏସି କ୍ଲାସ ପାଇଁ ୧୧ଟାରୁ ସାଢ଼େ ୧୧ଟା ପର୍ଯ୍ୟନ୍ତ କରାଯାଇ ପାରିବ ।