fbpx

ଉପରେ ଚଢିଗଲା ମାଲବାହୀ ଟ୍ରେନ୍, ହେଲେ ବଞ୍ଚିଗଲା ଛୁଆର ଜୀବନ

କଥାରେ ଅଛି, ଯାହାକୁ ରଖିବେ ଅନନ୍ତ, କି କରିପାରେ ବଳବନ୍ତ । ଏହି କଥାରେ ପ୍ରମାଣ ହରିୟାଣାର ବଲ୍ଲଭଗଡଠାରେ ଦେଖିବାକୁ ମିଳିଛି । ସେଠାରେ ଜଣେ ଯୁବକ ଛୋଟପିଲାକୁ ସାଙ୍ଗରେ ଆଣି ଅଚାନକ୍ ମାଲାବାହୀ ଟ୍ରେନ୍ ଆଗକୁ ଫିଙ୍ଗି ଚାଲିଯାଇଥିଲା । ମାଲବାହୀ ଟ୍ରେନ୍ ଅଟକିଲା ବେଳକୁ ପିଲା ଉପରେ ଚଢିସାରିଥିଲା । ଲୋକୋ ପାଇଲଟ୍ ଯେବେ ଟ୍ରେନ୍ ଅଟକାଇ ତଳକୁ ଓହ୍ଲାଇଲେ, ସେବେ ପିଲାଟିକୁ ଜୀବିତ ଦେଖିବାକୁ ପାଇଥିଲେ । ପିଲାଟି ଆଶ୍ଚର୍ଯ୍ୟକର ଭାବେ ଚକା ତଳେ ରହିଯାଇଥିଲା ଓ ଜୋରରେ କାନ୍ଦୁଥିବା ଦେଖିବାକୁ ମିଳିଥିଲା । ଏହି ଘଟଣା ଗତ ସେପ୍ଟେମ୍ବର ୨୧ରେ ଘଟିଥିବା ଜଣାପଡିଛି ।

ତେବେ ଲୋକୋ ପାଇଲଟ ବୁଦ୍ଧିମତାର ସହ ଜରୁରୀକାଳୀନ ବ୍ରେକ ଲଗାଇ ପିଲାଟିର ଜୀବନ ବଞ୍ଚାଇଥିଲେ । ତଳକୁ ଓହ୍ଲାଇ ଫସିରହିଥିବା ପିଲାଟିକୁ ଉଦ୍ଧାର କରିବା ସହ ତାଙ୍କ ମା’ଙ୍କୁ ହସ୍ତାନ୍ତର କରିଥିଲେ ଲୋକୋ ପାଇଲଟ ଦ୍ୱିୱାନ୍ ସିଂହ । ଅନ୍ୟପଟେ କିଏ ଓ କାହିଁକି ସେହି ପିଲାଟିକୁ ଆଣି ଟ୍ରେନ୍ ଆଗରେ ଫିଙ୍ଗିଥିଲା, ସେ ବିଷୟରେ ଜଣାପଡିନାହିଁ ।

Get real time updates directly on you device, subscribe now.