fbpx

ଆଇପିଏସ ଓପିଏସ ଅଫିସର ସ୍ତରରେ ବଦଳି: ପ୍ରହ୍ଲାଦ ମୀନା ବୌଦ୍ଧର ଏସପି, ପ୍ରମୋଦ ରଥ ଦେବଗଡ଼ ଏସପି

AAKASH

ଭୁବନେଶ୍ୱର,(ଭାସ୍କର ନ୍ୟୁଜ୍): ରାଜ୍ୟ ସରକାର ଆଇପିଏସ୍‌ ଏବଂ ଅଫିସର ସ୍ତରରେ ବରିଷ୍ଠ ଓପିଏସ୍‌ ଅଦଳବଦଳ କରିଛନ୍ତି । ଏ ନେଇ ଗୃହ ବିଭାଗ ପକ୍ଷରୁ ମଙ୍ଗଳବାର ବିଜ୍ଞପ୍ତି ପ୍ରକାଶ କରାଯାଇଛି । ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ୨୦୧୭ ବ୍ୟାଚ୍ ଆଇପିଏସ୍‌ ଅଫିସର ପ୍ରହଲ୍ଲାଦ ସହାଏ ମୀନାଙ୍କୁ ବୌଦ୍ଧ ଏସ୍‌ପି ଭାବେ ବଦଳି କରାଯାଇଥିବା ବେଳେ ବରିଷ୍ଠ ଓପିଏସ୍ ଅଫିସର ପ୍ରମୋଦ କୁମାର ରଥଙ୍କୁ ଦେବଗଡ଼ ଏସ୍‌ପି , ଚିତ୍ତରଞ୍ଜନ ସାମନ୍ତଙ୍କୁ ଏସ୍‌ପି (କମ୍ପ୍ୟୁଟର) ଭୁବନେଶ୍ବର , ସୁଦାମ ଚରଣ ସାହୁଙ୍କୁ ଦ୍ବୈତନଗର କ୍ରାଇମ୍ ଡିସିପି, ସଏଦ ମୁଜିବୁର ରେହମନଙ୍କୁ କଟକ ସିଗ୍‌ନାଲ ଏସ୍‌ପି କିଶୋର ପାଣିଗ୍ରାହୀଙ୍କୁ ଭୁବନେଶ୍ବର ସ୍ପେଶାଲ ଟାସ୍କ ଫୋର୍ସ (ଏସ୍‌ଟିଏଫ ଏସ୍‌ପି), ମାଧୁରୀ ସାମଲଙ୍କୁ ସିଆଇଡି ଏସ୍‌ପି , ସିବି କଟକ , ଜ୍ଞାନ ରଞ୍ଜନ ମହାପାତ୍ରଙ୍କୁ ଏସପି ସ୍ପେଶାଲ ବ୍ରାଞ୍ଚ ଏବଂ ସୁନୀଲ ଆଚାର୍ଯ୍ୟଙ୍କୁ କଟକ ରେଲ୍‌ ଏସ୍‌ପି ଭାବେ ବଦଳି କରାଯାଇଛି ।

Get real time updates directly on you device, subscribe now.