fbpx
BJD
BJD SKY
BJD SKY

ପୁଣି ଯୁଦ୍ଧମୁହାଁ ବିଶ ତାଇୱାନ ସୀମାରେ ୪ ଆମେରିକୀୟ ଯୁଦ୍ଧ ଜାହାଜ

ହଂକଂ: ଚୀନ୍ ର ଚେତାବନୀ ମଧ୍ୟରେ ଆମେରିକାର ଲୋୟରହାଉସ ବାଚସ୍ପତି ନାନସୀ ପେଲୋସି ମଙ୍ଗଳବାର ଦିନ ତାଇପେଇ ଅଭିମୁଖେ ଯାତ୍ରା କରିଥିବାବେଳେ ଆମେରିକା ପକ୍ଷରୁ ଚାରିଟି ଯୁଦ୍ଧ ଜାହାଜ ଦ୍ୱୀପର ପୂର୍ବ ସମୁଦ୍ରରେ ନିୟୋଜିତ ହୋଇଛି । ପେଲୋସିଙ୍କ ଗସ୍ତ ପୂର୍ବରୁ ତାଇୱାନର ଉଭୟ ପାର୍ଶ୍ୱରେ ସାମରିକ କାର୍ଯ୍ୟକଳାପର ସଙ୍କେତ ମିଳିବା ପରେ ଆମେରିକା ଯୁଦ୍ଧ ଜାହାଜ ମୁତୟନ କରିଛି । ମଙ୍ଗଳବାର ସକାଳେ ସମ୍ବେଦନଶୀଳ ଜଳପଥକୁ ବିଭକ୍ତ କରୁଥିବା ମଧ୍ୟମା ଲାଇନ ନିକଟରେ ଚୀନ୍ ବିମାନ ଉଡ଼ାଣ ବ୍ୟତୀତ ସେଠାରେ ସୋମବାର ଠାରୁ ଅନେକ ଚୀନ୍ ଯୁଦ୍ଧ ଜାହାଜ ରହିଛି ବୋଲି ଜଣାପଡିଛି । ଚୀନ୍ ର ପ୍ରତିରକ୍ଷା ଏବଂ ବୈଦେଶିକ ମନ୍ତ୍ରଣାଳୟ ଏ ସମ୍ପର୍କରେ ପ୍ରତିକ୍ରିୟା ଦେଇନାହାଁନ୍ତି ।

ତାଇୱାନର ପ୍ରତିରକ୍ଷା ମନ୍ତ୍ରଣାଳୟ ମଙ୍ଗଳବାରକହିଛି ଯେ ତାଇୱାନ ନିକଟରେ ସାମରିକ ଶକ୍ତି ରହିଛି ଏବଂ ଚୀନ୍ ସହ ତିକ୍ତତା ଥିବାରୁ ତାର ମୁକାବିଲା କରିବ । ଗତ ସପ୍ତାହରୁ ଚୀନର ପିପୁଲ୍ସ ଲିବରେସନ୍ ଆର୍ମି ଦକ୍ଷିଣ ଚୀନ୍ ଏବଂ ବୋହାନ୍ ସାଗରରେ ଫାୟାର ଡ୍ରିଲ ସମେତ ବିଭିନ୍ନ ଯୁଦ୍ଧ ଅଭ୍ୟାସ କରିଆସୁଛି । କେତେକ ଆଞ୍ଚଳିକ ସାମରିକ ବିଶ୍ଳେଷକ କହିଛନ୍ତି ଯେ ଉତ୍ତେଜନା ସମୟରେ ଯୁଦ୍ଧ ଜାହାଜ ମୁତୟନ ସମ୍ଭାବ୍ୟ ବିପଦକୁ ପ୍ରକାଶ କରୁଛି, ଯଦିଓ କୌଣସି ପକ୍ଷ ଯୁଦ୍ଧ
ଚାହୁଁନାହାଁନ୍ତି ।

Get real time updates directly on you device, subscribe now.