fbpx

ସାତ ତାଲା ପଛରେ ରହିଛି ରାମପୁର ନବାବଙ୍କ ଗୁପ୍ତସମ୍ପତ୍ତି, ଯାହାକୁ ଭାଙ୍ଗିବାରେ ଫେଲ୍ ମାରିଛି ବୋମା

ଭାରତରେ ରାଜାମାନଙ୍କ ରାଜୁତି ଶେଷ ହୋଇଛି, କିନ୍ତୁ ସେମାନଙ୍କ ଗୁପ୍ତ ସମ୍ପତ୍ତି ଆଜି ବି ବହୁ ସ୍ଥାନରେ ବନ୍ଦ ହୋଇ ରହିଛି । ଏପରି ଏକ ରାଜ୍ୟ ହେଉଛି ରାମପୁର, ଯେଉଁଠି ଶେଷ ନବାବ ରାଜା ଅଲ୍ଲୀ ଖାନଙ୍କ ସମ୍ପତ୍ତିର ବଣ୍ଟନ ଆରମ୍ଭ ହୋଇଛି । ଏହାରି ମଧ୍ୟରେ ନବାବଙ୍କ ଏକ ଶକ୍ତିଶାଳି କଠୋରୀ ବିଷୟରେ ଜଣାପଡିଛି ।

କୁହାଯାଉଛି ଯେ, ଏହି କଠୋରୀ ମଧ୍ୟରେ ବହୁ ଗୁପ୍ତ ସମ୍ପତ୍ତି ରଖାଯାଇଛି । ଏହି କଠୋରୀକୁ ଲଣ୍ଡନର ଏକ କମ୍ପାନୀ ନିର୍ମାଣ କରିଥିଲା । କମ୍ପାନୀ ଦାବି କରିଛି ଯେ, ଏହି କଠୋରୀକୁ ବିନା ଚାବିରେ ଖୋଲାଯାଇ ପାରିବ ନାହିଁ । ଏପରିକି କି ବୋମାରେ ଉଠାଇଲେ ମଧ୍ୟ ଏହି କଠୋରୀରେ କିଛି ପ୍ରଭାବ ପଡିବା ନାହିଁ ।

ଏହି ଷ୍ଟଙ୍ଗ୍ ରୁମକୁ ଖୋଲିବା ପାଇଁ କୋର୍ଟ ମଧ୍ୟ ଆଦେଶ ଦେଇସାରିଛନ୍ତି । ପାଖାପାଖି ୩ ଦିନ ପର୍ଯ୍ୟନ୍ତ ଏହି ରୁମକୁ ଖୋଲିବା ପ୍ରୟାସ କରାଯାଇଥିଲା, କିନ୍ତୁ ରୁମ୍ ଖୋଲିନଥିଲା । ଏବେବି ଏହାକୁ ଖୋଲିବା ପ୍ରକ୍ରିୟା ଜାରି ରହିଛି ।

Get real time updates directly on you device, subscribe now.