fbpx

ରହସ୍ୟମୟୀ ଗଛ, ଯାହାକୁ କାଟିଲେ ମଣିଷ ପରି ରକ୍ତ ବାହାରେ

ପ୍ରାୟତଃ କୁହାଯାଏ ଯେ ଗଛ ଓ ଉଦ୍ଭିଦଗୁଡିକରେ ଜୀବନ ଅଛି, ତାକୁ କାଟିବା ଠିକ୍ ନୁହେଁ । କିନ୍ତୁ କୌଣସି ଗଛକୁ କାଟିଲେ ମଣିଷ ପରି ରକ୍ତ ବାହାରେ ବୋଲି ଆପଣ କେବେ ବି ଭାବି ପାରିବେ କି? ଯଦି ଆପଣ ଏହାକୁ ନିଜ ଆଖିରେ ଦେଖନ୍ତି, ତେବେ ଭୟଭୀତ ହୋଇଯିବେ । ବାସ୍ତବରେ ଏପରି ଏକ ଗଛ ଅଛି, ଯାହାକୁ କାଟିବା ଦ୍ୱାରା ମଣିଷ ପରି ରକ୍ତସ୍ରାବ ଆରମ୍ଭ ହୁଏ । ଲୋକମାନେ ଏହାକୁ ଯାଦୁ ବୋଲି ମଧ୍ୟ କୁହନ୍ତି ।

ଏହି ଗଛ ଦକ୍ଷିଣ ଆଫ୍ରିକାରେ ଦେଖିବାକୁ ମିଳେ, ଯାହାକୁ ବ୍ଲଡଉଡ ନାମରେ ଜଣାଯାଏ । ଏହି ଗଛର ଅନେକ ନାଁ ରହିଛି ଯେପରି- କିଆଟ ମୁକାୱ, ମୁନିଙ୍ଗା ଇତ୍ୟାଦି । ଏହି ଗଛର ବୈଜ୍ଞାନିକ ନାଁ ହେଉଛି ସେରୋକାର୍ପସ ଆଙ୍ଗୋଲେନସିସ୍ । ଏହି ଗଛକୁ ନାମିବିଆ, ତାଞ୍ଜାନିଆ ଜିମ୍ବାୱେ ପରି ଅନେକ ଦେଶରେ ଦେଖିବାକୁ ମିଳିଥାଏ । କେବଳ ଗଛ କାଟିବା ନୁହେ ବରଂ କୌଣସି ବି ଡାଳ ଭାଙ୍ଗିଲେ ସେଠାରୁ ରକ୍ତ ବାହାରିବା ଆରମ୍ଭ ହୋଇଥାଏ ।

ତେବେ ଏହି ଗଛ ୧୩ରୁ ୧୮ ମିଟର ଉଚ୍ଚରେ ବଢିବା ସହ ଏଥିରେ ହଳଦିଆ ରଙ୍ଗର ଫୁଲ ଫୁଟିଥାଏ । ଏହି ଗଛର କାଠରେ ଆସବାବପତ୍ର ତିଆରି ହୋଇଥାଏ, ଯାହାକି ମହୁତ ମହଙ୍ଗା । ଏହା ସହ ଏହି ଗଛ ଔଷଧ ପ୍ରସ୍ତୁତିରେ ବି ଅଧିକ ଲାଭଦାୟକ ହୋଇଥାଏ ।

Get real time updates directly on you device, subscribe now.