fbpx

Trendspotting: Media Tech- ଗୋଟିଏ ନୂଆ ଲେନ୍ସ ଜରିଆରେ ବିଶ୍ୱକୁ ଦେଖୁଛି

AAKASH

ନୂଆଦିଲ୍ଲୀ: ମିଡ଼ିଆ, ଏଣ୍ଟରଟେନମେଣ୍ଟ ଓ କଣ୍ଟେଣ୍ଟ ଆଦି କ୍ରମାଗତ ଭାବେ ବିକାଶ ଲାଭ କରୁଛି । ପୀଢ଼ିର ବିତରଣ କ୍ଷେତ୍ରରେ ବ୍ୟାଘାତ ସୃଷ୍ଟି ହେଉଛି । ପ୍ୟାସନ ଅର୍ଥନୀତି ଲୋକଙ୍କର କାର୍ଯ୍ୟ କରିବାର ଭାବନା ଓ ବୃତ୍ତିଗତ ଲକ୍ଷ୍ୟକୁ ପରିବର୍ତ୍ତନ କରିଦେଉଛି । ଏହି ସେକ୍ଟରରେ ଦେଖାଦେଇଥିବା ବିକାଶ ଆମର ଜୀବନର ଗତିପଥ ଓ କାର୍ଯ୍ୟକୁ ଯଥେଷ୍ଟ ମାତ୍ରାରେ ବଦଳାଇ ଦେଇଛି ।

ନିକଟରେ ଏନେଇ ଏକ ସମ୍ମିଳନୀର ଆୟୋଜନ କରାଯାଇଥିଲା । ଉକ୍ତ ଆଲୋଚନା କାର୍ଯ୍ୟକ୍ରମରେ ଭରସେ ଇନୋଭେସନ ଇଣ୍ଡିଆର ସହ-ପ୍ରତିଷ୍ଠାତା ଉମଙ୍ଗ ବେଦୀ ଓ ଅଦାସିଟି ଭେଞ୍ଚର କ୍ୟାପିଟାଲ ଫାଉଣ୍ଡର ଆଣ୍ଡ ମ୍ୟାନେଜିଂ ପାର୍ଟନର ଇଣ୍ଡିଆର କବିର କୋଚ୍ଚର ଭାଗ ନେଇଥିଲେ । ସେମାନଙ୍କ ମଧ୍ୟରେ କଣ୍ଟେଣ୍ଟ ଗ୍ରହଣର ମାଧ୍ୟମ ଓ ସୂଚନାର ପରିବର୍ତ୍ତନ ଉପରେ ଆଲୋଚନା ହୋଇଥିଲା । କିଛି ଟ୍ରେଣ୍ଡ ଯାହାକି ପାରମ୍ପରିକ ସୂଚନାର ମାଧ୍ୟମ ଓ ଦର୍ଶକଙ୍କ ପସନ୍ଦକୁ ବାଧା ଦେବାରେ ସକ୍ଷମ ହୋଇପାରିଛି, ଯାହାକି ଭବିଷ୍ୟତର ମିଡ଼ିଆ ଟେକକୁ ଡିଜାଇନ କରିବ, ତାହା ମଧ୍ୟ ଆଲୋଚନାରେ ସ୍ଥାନ ପାଇଥିଲା ।

ଭରସେ ଇନୋଭେସନ ଇଣ୍ଡିଆର ସହ-ପ୍ରତିଷ୍ଠାତା ଉମଙ୍ଗ ବେଦୀ ସ୍ଥାନୀୟ କଣ୍ଟେଣ୍ଟର ଗୁରୁତ୍ୱ ଉପରେ ମନ୍ତବ୍ୟ ପ୍ରଦାନ କରିଥିଲେ, ଯାହାକୁ କି ଭାରତୀୟ ଜନତା ଗ୍ରହଣ କରିପାରୁଛନ୍ତି । ଉଭୟ ସୃଜନଶୀଳତା ଦିଗ ଓ ବ୍ୟବହାର ଦିଗରେ ବ୍ୟକ୍ତ କରିବାର ମାଧ୍ୟମର ଆବଶ୍ୟକତା ରହିଛି । ଟିକଟକ କାହିଁକି ଫେସବୁକ ସହ ତୀବ୍ର ପ୍ରତିଯୋଗିତା କରୁଛି ତା’ର କାରଣ ବିଷୟରେ ସେ ଏହା କହିଥିଲେ । ଏହା ଗୋଟିଏ କଣ୍ଟେଣ୍ଟ ଗ୍ରାଫରେ ତିଆରି ହୋଇଛି, ଗୋଟିଏ ସାମାଜିକ ଗ୍ରାଫରେ ନୁହେଁ ।

ମିଡ଼ିଆ ଟେକର ଟ୍ରେଣ୍ଡସର ଲ୍ୟାଣ୍ଡସ୍କେପ ଉପରେ ବିସ୍ତୃତ ତଥ୍ୟ ପ୍ରଦାନ କରିବାକୁ ମଡେରେଟର ଉଭୟ ପ୍ୟାନେଲିଷ୍ଟକୁ ପଚାରିଥିଲେ । ଅଦାସିଟି ଭେଞ୍ଚର କ୍ୟାପିଟାଲ, ଫାଉଣ୍ଡର ଆଣ୍ଡ ମ୍ୟାନେଜିଂ ପାର୍ଟନର ଇଣ୍ଡିଆର କବିର କୋଚ୍ଚର କ୍ରିଏଟର ଅର୍ଥନୀତି, ଗେମିଂ ଓ କଣ୍ଟେଣ୍ଟ ମନିଟାଇଜେସନ ଉପରେ କହିଥିଲେ । ପରମ୍ପରାଗତ ନ୍ୟୁଜପେପର ଓ ପତ୍ରିକାଗୁଡ଼ିକ ପାଇଁ ମେଡିଆ ଟେକର ଅର୍ଥ କ’ଣ ହେବା ଉଚିତ ସେନେଇ ଦର୍ଶକଙ୍କ ପ୍ରଶ୍ନକୁ ମଡେରେଟର ପଚାରିଥିଲେ । ଭାରତୀୟ ପ୍ରସଙ୍ଗରେ ଟେଲିଭିଜନ ସମାପ୍ତ ହୋଇଯାଇନାହିଁ ବୋଲି ସେ ଭାବନ୍ତି ବୋଲି ଉମଙ୍ଗ ବେଦି କହିଥିଲେ ।

Get real time updates directly on you device, subscribe now.