ଭୁବନେଶ୍ୱର: ସରକାର କିଣିବେ ଅନୁସୂଚିତ ଜାତି ଓ ଜନଜାତି ଲୋକଙ୍କ ଜମି । ନିରୀହ ଆଦିବାସୀ ଏବଂ ଅନୁସୂଚିତ ଜାତିର ଲୋକଙ୍କ ଙ୍କ ଜମି ଆଉ ହଡ଼ପ କରିପାରିବେ ନାହିଁ ଧନୀକ ଶ୍ରେଣୀ ଲୋକ ।
ଏସସି/ଏସଟିଙ୍କ ଜମି ଆଉ ହଡପ ହୋଇପାରିବ ନାହିଁ କହିଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ।
ବାହାଘର, ପାଠପଢ଼ା ପାଇଁ ଜମି ବିକିଲେ ସରକାର ଏସସି/ଏସଟିଙ୍କ ଜମିକୁ କିଣିବେ ।
ସେହି ଜମିକୁ ୨ରୁ ୩ ବର୍ଷ ଯାଏଁ ସୁରକ୍ଷିତ ରଖିବେ ସରକାର । ପରବର୍ତ୍ତୀ ସମୟରେ ମାଲିକ ଚାହିଁଲେ ସରକାରଙ୍କଠାରୁ ସେହି ଜମି କିଣିପାରିବେ ।
ଏ ନେଇ ଖୁବ୍ ଶୀଘ୍ର କର୍ପସ୍ ଫଣ୍ଡ ଗଠନ କରାଯିବ ।