fbpx
BSKY
BJD MC SKY
BJD YOUTH SKY

ତିରୋଧାନ ଦିବସରେ ଜାତିର ପିତାଙ୍କୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର,୨୬।୧(ଓଡିଶା ଭାସ୍କର) : ଆଜି ଜାତିର ପିତା ମହାତ୍ମା ଗାନ୍ଧିଙ୍କ ତିରୋଧାନ ଦିବସ । ଏନେଇ ଟ୍ବିଟ୍‌ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସେ କହିଛନ୍ତି ଯେ, ‘ଆମକୁ ଗାନ୍ଧିଙ୍କ ଅହିଂସା ନୀତିକୁ ପାଳନ କରିବା ଉଚିତ। ଗାନ୍ଧିଙ୍କ ସତ୍ୟ ଓ ପ୍ରେମ ମାର୍ଗରେ ଚାଲିବାକୁ ଆମେ ସଂକଳ୍ପ ନେବା ଉଚିତ।’

ସେହିପରି ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସରେ ଟ୍ବିଟ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ମହାତ୍ମାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ସେ ଆହ୍ବାନ ଦେଇଛନ୍ତି । ଅହିଂସାର ମାର୍ଗ ଅନୁସରଣ କରିବାହିଁ ତାଙ୍କ ପ୍ରତି ହେବ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ବୋଲି ରାଜ୍ୟପାଳ କହିଛନ୍ତି।

Get real time updates directly on you device, subscribe now.