fbpx
BSKY
BJD SHG SKY
BJD YOUTH SKY

କଟକରେ ପୁଣି ନକଲି ଘିଅ କାରଖାନା ଠାବ

କଟକ, ୩୦ା୧ (ଓଡିଶା ଭାସ୍କର): କଟକ ନକଲି ଘିଅର ଭୂସ୍ୱର୍ଗ ପାଲଟିଛି । କିଛିଦିନ ପୂର୍ବରୁ କଟକର ଏକାଧିକ ସ୍ଥାନରୁ ନକଲି ଘିଅ କାରଖାନା ଠାବ କରାଯାଇଥିଲା । ଆଜି ପୁଣି ମର୍କତନଗର ଅଞ୍ଚଳରେ ଏକ ଘିଅ କାରଖାନା ଉପରେ ଚଢ଼ାଉ କରାଯାଇଛି ।

କଟକର ସିଡିଏ ସେକ୍ଟର-୯ ଅଞ୍ଚଳରେ ଏହି ନକଲି ଘିଅ କାରଖାନାକୁ ଠାବ କରିଛି ମର୍କତନଗର ପୋଲିସ । ତେବେ ଏହି ଘଟଣାରେ ପୋଲିସ କାରଖାନା ମାଲିକକୁ ଅଟକ ରଖିବା ସହ ପଚରାଉଚରା ଚଳାଇଛି । ଏଥିସହ ପୋଲିସ କାରଖାନା ପରିସରରୁ ୨୭ ଟିଣ ନକଲି ଘିଅ ଜବତ କରିଥିବା ଜଣାପଡ଼ିଛି । ବାରମ୍ବାର କଟକରୁ ନକଲି ଘିଅ କାରଖାନା ଠାବ ପୋଲିସର ନିଦ ହଜାଇ ଦେଇଛି ।

Get real time updates directly on you device, subscribe now.