fbpx
BSKY
BJD SHG SKY
BJD YOUTH SKY

ମାଓ ତାଣ୍ଡବ: ଦୁଇଜଣଙ୍କୁ ନିର୍ମମ ହତ୍ୟାକଲେ ମାଓବାଦୀ

ତୁମୁଡ଼ିବନ୍ଧ, ୩୦ା୧ (ଓଡିଶା ଭାସ୍କର): ପୁଣି ମାଓବାଦୀଙ୍କ ବର୍ବରତା ଦେଖିବାକୁ ମିଳିଛି । ଦୁଇଜଣ ଯୁବକଙ୍କୁ ମାଓବାଦୀମାନେ ହାତଗୋଡ଼ ବାନ୍ଧି ଅତି ବିଭତ୍ସ ଭାବେ ହତ୍ୟା କରିଛନ୍ତି । ପୋଲିସ ଇନଫର୍ମର ସନ୍ଦେହରେ ମାଓବାଦୀମାନେ ଗାଁ ମଧ୍ୟରେ ପଶି ଏହି କାଣ୍ଡ ଭିଆଇଥିବା ଜଣାପଡ଼ିଛି ।

କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକ ବେଲଘର ଥାନା ଅନ୍ତର୍ଗତ ଭଣ୍ଡରଙ୍ଗୀ ପଞ୍ଚାୟତରେ ଏହି ଘଟଣା ଘଟିଛି । ଗାଁ ମଧ୍ୟକୁ ଏକାଥରକେ ୨୦ରୁ ୩୦ ସଶସ୍ତ୍ର ମାଓବାଦୀ ସଶସ୍ତ୍ର ପ୍ରବେଶ କରିଥିଲେ । ଭଣ୍ଡରଙ୍ଗୀ ପଞ୍ଚାୟତର ସରପଞ୍ଚ ଦ୍ରୋଉପତି ପାତ୍ରଙ୍କ ପୁଅ ଭବାନି ପାତ୍ରଙ୍କୁ ଶୋଇଥିବା ଅବସ୍ଥାରେ ଉଠାଇ ଆଣି ହାତଗୋଡ଼ ବାନ୍ଧି ହତ୍ୟା କରିଥିଲେ । ପରେ ମାଓବାଦୀମାନେ ଗୋଛପଡ଼ା ଗାଁର ହେମନ୍ତଙ୍କ ଘରେ ପଶି ତାଙ୍କୁ ହତ୍ୟା କରିଥିଲେ । ତେବେ ଏହି ହତ୍ୟା କାଣ୍ଡ ଘଟାଇବା ପରେ ମାଓବାଦୀମାନେ ଏକ ପୋଷ୍ଟର ଛାଡ଼ିଯାଇଛନ୍ତି । ଏହି ନିର୍ମମ ହତ୍ୟା ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି ।

Get real time updates directly on you device, subscribe now.