fbpx
BJD SKY
BJD SKY

ଯତ୍ନ ନେଉ ନଥିଲେ ପୁଅଝିଅ; ସରକାରଙ୍କୁ ୧.୫ କୋଟି ଟଙ୍କା ସମ୍ପତ୍ତି ସହ ଶରୀର ଦାନ କରିଦେଲେ ବୃଦ୍ଧ, ଜାଣନ୍ତୁ ତାଙ୍କର ଶେଷ ଇଛା

BJD

ନୂଆଦିଲ୍ଲୀ: ଜୀବନର ପରିଣତ ବୟସରେ ପୁଅ ଝିଅ ଯତ୍ନ ନେଲେ ନାହିଁ, ପ୍ରଥମେ ଘର ଛାଡ଼ି ଯାଇ ବୃଦ୍ଧାଶ୍ରମରେ ରହିଲେ, ପରେ ନିଜର ସମସ୍ତ ଧନ ସମ୍ପତ୍ତି ସରକାରଙ୍କୁ ଦାନ କରିଦେଲେ। କେବଳ ଏତିକି ନୁହେଁ ଜୀବନ ଯିବା ପରେ ଶେଷ କ୍ରିୟାକର୍ମ କରିବାର ସୁଯୋଗ ମଧ୍ୟ ନିଜ ପିଲାମାନଙ୍କୁ ଦେଇ ନାହାନ୍ତି ଏହି ବୃଦ୍ଧା ଜଣକ। ଉତ୍ତରପ୍ରଦେଶର ମୁଜାଫରନଗର ଜିଲ୍ଲାର ଏହି ଆଶ୍ଚର୍ଯ୍ୟଜନକ ଖବର ଏବେ ସାମ୍ନାକୁ ଆସିଛି।

ସୂଚନାନୁସାରେ, ୮୫ ବର୍ଷିୟ ନାଥୁ ସିଂଙ୍କ ପିଲାମାନେ ତାଙ୍କର ଯତ୍ନ ନେଉନଥିଲେ। ଯେଉଁ କାରଣରୁ ନାଥୁ ସିଂ ଆଶ୍ରମରେ ରହିବାକୁ ବାଧ୍ୟ ହୋଇଥିଲେ। ସେ ଅନେକ ମାସ ଧରି ଆଶ୍ରମରେ ରହୁଥିଲେ। ଶେଷରେ ପିଲାମାନଙ୍କ ଉପରେ କ୍ରୋଧିତ ହୋଇ ନାଥୁ ସିଂ ବର୍ତ୍ତମାନ ସେମାନଙ୍କୁ ତାଙ୍କ ସମ୍ପତ୍ତିରୁ ବେଦଖଲ କରିଦେଇଛନ୍ତି। ଏହା ସହିତ ଏହି ସମ୍ପତ୍ତି ଉତ୍ତରପ୍ରଦେଶ ସରକାରଙ୍କୁ ଏହି ସମ୍ପତ୍ତି ଦାନ କରି ଦେଇଛନ୍ତି। ନାଥୁ ସିଂଙ୍କ ସମ୍ପତ୍ତିର ମୂଲ୍ୟ ପ୍ରାୟ ୧.୫ କୋଟି ଟଙ୍କା ବୋଲି କୁହାଯାଉଛି।

ଏହି ଜାଗା ଦାନ କରିବା ପରେ ଇଚ୍ଛା ପ୍ରକାଶ କରିଛନ୍ତି ଯେ ସରକାର ତାଙ୍କ ଜମିରେ ଏକ ସ୍କୁଲ କିମ୍ବା ଡାକ୍ତରଖାନା ନିର୍ମାଣ କରିବା ଉଚିତ୍। କେବଳ ଏତିକି ନୁହେଁ, ନାଥୁ ସିଂ ମଧ୍ୟ ପିଲାମାନଙ୍କଠାରୁ ଶେଷ ରୀତିନୀତିର ଅଧିକାର ଛଡ଼ାଇ ନେଇଛନ୍ତି ଏବଂ ମୃତ୍ୟୁ ପରେ ତାଙ୍କ ଶରୀରକୁ ମେଡିକାଲ କଲେଜରେ ଦାନ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି।

ଖାତାଉଲି ୱାର୍ଡ଼ ଆଶ୍ରମର ନିର୍ଦ୍ଦେଶକ ରେଖା ସିଂ କହିଛନ୍ତି ଯେ, ନାଥୁ ସିଂ ଜୀ ଅନେକ ମାସ ଧରି ୱାର୍ଡ଼ ଆଶ୍ରମରେ ରହୁଛନ୍ତି। ଏହି ସମୟରେ କୌଣସି ପରିବାର ସଦସ୍ୟ ତାଙ୍କୁ ଭେଟିବାକୁ ଆସି ନଥିଲେ। ଶେଷରେ ପିଲାମାନଙ୍କ ଉପରେ ଭରଷା ତୁଟାଇ ନାଥୁ ସିଂ ଶନିବାର ତହସିଲରେ ପହଞ୍ଚି ତାଙ୍କର ସମସ୍ତ ସମ୍ପତ୍ତି ଉତ୍ତରପ୍ରଦେଶ ସରକାରଙ୍କୁ ଦେଇଛନ୍ତି।

Get real time updates directly on you device, subscribe now.