fbpx

Hindu Growth Rate:ହିନ୍ଦୁ ଗ୍ରୋଥ ରେଟ କ’ଣ?ଏହାକୁ ନେଇ କାହିଁକି ଚିନ୍ତାପ୍ରକଟ କଲେ ରାଜନ, କହିଲେ ଭାରତ ଏହାର ବିପଜ୍ଜନକ ସ୍ତର ଆଡକୁ..

AAKASH

ନୂଆଦିଲ୍ଲୀ: ପୁଣି ଭାରତର ଅର୍ଥନୀତିକୁ ନେଇ ଚିନ୍ତା ପ୍ରକଟ କରିଲେ ଆରବିଆଇର ପୂର୍ବତନ ଗଭର୍ଣ୍ଣନର ରଘୁରାମ ରାଜନ। ‘ହିନ୍ଦୁ ଗ୍ରୋଥ ରେଟ’ କୁ ନେଇ ସେ ଚେତାବନୀ ଦେଇଛନ୍ତି। ରାଜନ କହିଛନ୍ତି, ଘରୋଇ କ୍ଷେତ୍ରରେ ଦୁର୍ବଳ ନିବେଶ୍, ତାହା ଉପରେ ଉଚ୍ଚସୁଧ ହାର ଓ ଧିମା ବ୍ୟବସାୟ ବିକାଶ ହାର ଯୋଗୁ ହିନ୍ଦୁ ଗ୍ରୋଥ ରେଟ ବିପବିଜ୍ଜନକ ହୋଇପାରେ।

ଗତ ମାସରେ ରାଷ୍ଟ୍ରୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (ଏନଏସଓ) ଦ୍ୱାରା ଜାରି କରାଯାଇଥିବା ଏକ ରିପୋର୍ଟରୁ ଯାହା ସୂଚନା ମିଳିଛି ଯେ ଭାରତର ତ୍ରୟମାସିକ ଅଭିବୃଦ୍ଧି କ୍ରମାଗତ ହ୍ରାସ ହେଉଛି । ଯାହା କି ବାସ୍ତବରେ ଚିନ୍ତାଜନକ ଅଟେ ।

ରିପୋର୍ଟ ଅନୁସାରେ ଚଳିତ ଆର୍ଥିକ ବର୍ଷର ତୃତୀୟ ମାସରେ ଘରୋଇ ଉତ୍ପାଦ (ଜିଡିଜି) ଦ୍ୱିତୀୟ ତ୍ରୟମାସିକରେ ୬.୩ ପ୍ରତିଶତ ଓ ପ୍ରଥମ ତ୍ରୟମାସିକରେ ୧୩.୨ ପ୍ରତିଶତ ହ୍ରାସ ପାଇ ୪.୪ ପ୍ରତିଶତ ରେ ପହଞ୍ଚିଛି। କିନ୍ତୁ ଗତ ଆର୍ଥିକ ବର୍ଷର ତୃତୀୟ ତ୍ରୟମାସିକ ବିକାଶ ହାର ୫.୨ ପ୍ରତିଶତ ରହିଥିଲା।

ପିଟିଆଇଟି କୁ ସାକ୍ଷାତକାର ଦେଇ ରାଜନ କହିଛନ୍ତି, କ୍ରମାଗତ ଭାବେ ହେଉଥିବା ମନ୍ଥରତା ପାଇଁ ମୁଁ ଚିନ୍ତିତ। ଆରବିଆଇ ମଧ୍ୟ ରେପୋ ରେଟ ବୃଦ୍ଧି କରିଛି ଏବଂ ବର୍ଷଶେଷରେ ବିଶ୍ୱ ଅଭିବୃଦ୍ଧି ଧିମା ହେବାର ସମ୍ଭାବନା ରହିଛି। ସେ କହିଛନ୍ତି, ଏସବୁ ଭିତରେ ଆମେ କେଉଁଠାରେ ଅତିରିକ୍ତ ଅଭିବୃଦ୍ଧି ହାର ପାଇବୁ ତାହଜଣା ପଡୁନାହିଁ। ଯଦି ଆମେ ପାଞ୍ଚ ପ୍ରତିଶତ ଅଭିବୃଦ୍ଧି ହାସଲ କରୁ ତେବେ ଆମେ ଭାଗ୍ୟବାନ ହେବୁ। ରାଜନ କହିଛହିନ୍ତି, ଏପରି ବିକାଶ ବିପବିଜ୍ଜନକ ଭାବରେ ଆମର ପୁରୁଣାହିନ୍ଦୁ ଗ୍ରୋଥ ରେଟ ନିକଟତର।

ତେବେ ଆସନ୍ତୁ ଜାଣିବା ଏହି ହିନ୍ଦୁ ଗ୍ରୋଥ ରେଟ କଣ ?
ହିନ୍ଦୁ ଗ୍ରୋଥ ରେଟ ୧୯୫୦ରୁ ୧୯୮୦ ଦଶକ ଯାଏ କମ ଭାରତୀୟ ଆର୍ଥିକ ବିକାଶ ହାରକୁ ବର୍ଣ୍ଣନା କରୁଥିବା ଏକ ଶବ୍ଦ। ଏହି ଶବ୍ଦ ୧୯୭୮ରେ ଜଣେ ଭାରତୀୟ ଅର୍ଥଶାସ୍ତ୍ରୀ ରାଜ କୃଷ୍ଣ ଦ୍ୱାରା ଧିମା ବୃଦ୍ଧି କରିବା ପାଇଁ ବ୍ୟବହାର କରା ଯାଇଥିଲା ।

Get real time updates directly on you device, subscribe now.