fbpx

ଟ୍ରାକ୍ଟରକୁ ଧକ୍କାଦେଲା ଟ୍ରକ: ୨ ମୃତ

କଳହାଣ୍ଡି, ୧୧ା୧୨ (ଓଡିଶା ଭାସ୍କର): କଲ୍ୟାଣସିଂହପୁର କାଳିଆପଡ଼ା ଘାଟିରେ ଏକ ଟ୍ରାକ୍ଟରକୁ ଟ୍ରକ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ଘଟିଛି । ଟ୍ରକଟି ଧକ୍କା ଦେବା ଫଳରେ ଭାରସାମ୍ୟ ହରାଇ ଟ୍ରାକ୍ଟରଟି ଘାଟିରେ ଓଲଟି ପଡ଼ିଥିଲା । ଭୋର ସମୟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ, ଟ୍ରାକ୍ଟରରେ ୪ ଜଣ ଶ୍ରମିକ ଥିଲେ । ୨ ଜଣ ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଟ୍ରାକ୍ଟରଟି କଳାହାଣ୍ଡି ଜିଲ୍ଲାରୁ ଶ୍ରମିକଙ୍କୁ ନେଇ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଯାଉଥିବା ଜଣାପଡ଼ିଛି ।

Get real time updates directly on you device, subscribe now.