fbpx

ଚୋରା ଗାଡି କାଟି ବିକ୍ରି ଘଟଣାର ପର୍ଦ୍ଧାଫାଶ: ୫ ଲକ୍ଷ ୪୦ ହଜାର ଟଙ୍କା ସହ ଗାଡି ଯନ୍ତ୍ରାଂଶ ଜବତ ୫ ଗିରଫ

କଟକ(ଭାସ୍କର ନ୍ୟୁଜ୍‌):ଚୋରା ଗାଡିକୁ କାଟି ଯନ୍ତ୍ରାଂଶ ବିକୁଥିବା ଏକ କବାଡିଆ ଦଳକୁ ପୋଲିସ୍‌ ଗିରଫ କରିଛି । ଏହି ଦଳରେ ଥିବା ୫ ଜଣକୁ ପୋଲିସ୍‌ ଗିରଫ କରିଛିା ଗିରଫ ଅଭିଯୁକ୍ତମାନେ ହେଲେ ଢେଙ୍କାନାଳର ମୁକ୍ତାପାଶିର ସୁନୀଲ କୁମାର ପରିଡା (୨୯), ଅନୁଗୁଳ ଜିଲ୍ଳାର ଜଙ୍ଗଲ ଜାମୁଡାର ପ୍ରତାପ ପ୍ରଧାନ (୩୨), ଚାଲିଆଗଞ୍ଜ ଥାନା ଅନ୍ତର୍ଗତ କୈବଲ୍ୟ ବିହାରର ରାଜୁ ଓରଫ ରାଜେନ୍ଦ୍ର କୁମାର ନାୟକ(୩୭), ଢେଙ୍କାନାଳର ଭାପୁରର ଗୌରାଙ୍ଗ ସାହୁ(୪୫) ଓ ବାବୁ ଖାନ୍‌ (୩୨) । ଚାଉଳିଆଗଞ୍ଜ ପୋଲିସ୍‌ ଏମାନଙ୍କୁ ଗିରଫ କରି କୋର୍ଟଚାଲଣ କରିଛି । ପୋଲିସ୍‌ ଏମାନଙ୍କ ନିକଟରୁ ନଗଦ ୫,୪୦,୦୦୦ ଟଙ୍କା ସହ ଟ୍ରକ କାଟିବା ଯନ୍ତ୍ରାଶଂ ସହ ୨ଟି ଚୋରି ଟ୍ରକ ଜବତ କରିଛି । ଅଭିଯୁକ୍ତଙ୍କ ନାମରେ ଟାଙ୍ଗୀ, ଚାଉଳିଆଗଞ୍ଜ, ଢେଙ୍କାନାଳ, ବଅଁରପାଳ ଆଦି ଥାନାରେ ୬ଟି ମାମଲା ରହିଛି । ଗିରଫ ଅଭିଯୁକ୍ତମାନେ ବିଭିନ୍ନ ସ୍ଥାନରେ ଏକାଧିକ ଟ୍ରକ, ବସ୍‌ ସହ ଅନ୍ୟାନ୍ୟ ଗାଡିକୁ ଆଣି ଗ୍ୟାରେଜରେ କାଟୁଥିଲେ ବୋଲି ପୋଲିସ୍ ନିକଟରେ ସ୍ୱୀକାର କରିଛନ୍ତି । ଏମାନେ ଗତ କିଛି ଦିନ ମଧ୍ୟରେ କଟକ ଓ ଏହାର ପାଶ୍ୱର୍ବର୍ତ୍ତୀ ଅଞ୍ଚଳରୁ ବହୁ ଗାଡି ଗୋରି କରି ଫେରାର ହୋଇଯାଉଥିଲେ । ଗାଡିକୁ ଚୋରି କରିବା ପରେ ତତ୍‌କ୍ଷଣାତ କବାଡିଆ ଦୋକାନରେ କାଟି ଶାଗମାଛ ଦରରେ ବିକ୍ରି କରି ଦେଉଥିଲେ । ତେବେ ପୋଲିସ ଦୀର୍ଘଦିନ ତଦନ୍ତ କରିବା ପରେ ଏହି ରାକେଟକୁ ଧରିବାରେ ସଫଳ ହୋଇଛି ।

Get real time updates directly on you device, subscribe now.