fbpx

ଦୁର୍ଘଟଣାରେ ପରେ ବଢିଲା ବିପଦ, ପୋଲିସର ସତର୍କତା

ସମ୍ବଲପୁର,୧୪ ।୧୨(ଓଡିଶା ଭାସ୍କର): ସମ୍ବଲପୁରରେ ଟ୍ରକ୍-ଟ୍ୟାଙ୍କର ଧକ୍କା ପରେ ଭୟାବହ ପରିସ୍ଥିତି ସୃଷ୍ଟି ହୋଇଛି । ଦୁର୍ଘଟଣାଗ୍ରସ୍ତ ଏଲପିଜି ଟ୍ୟାଙ୍କରରୁ ଗ୍ୟାସ ଲିକ୍ ହେବାରେ ଲାଗିଛି । ଏନେଇ ବଡ ଧରଣର ଅଘଟଣର ଏଡାଇବାକୁ ସତର୍କ କରିଛି ପୋଲିସ । ସୁରକ୍ଷା ଦୃଷ୍ଟିରୁ ପୂରା ଅଞ୍ଚଳକୁ ଖାଲି କରିଛି ଯୁଯୁମୁରା ଥାନା ପୋଲିସ । ରାସ୍ତା ଘାଟ ସିଲ୍ କରିବା ସହ କିଛି ଅଘଟଣକୁ ନେଇ ଅଗ୍ନିଶମ ବାହିନୀ ସଜାଗ ରହିଛି ।

ତେବେ ଗତକାଲି ବିଳମ୍ବିତ ରାତିରେ ସମ୍ୱଲପୁର ଜିଲ୍ଲା ଯୁଯୁମୁରାର ୫୫ ନମ୍ୱର ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିଲା । ଏକ ଲୁହାପଥର ବୋଝେଇ ଟ୍ରକ୍ ଓ ଗ୍ୟାସ୍ ଟ୍ୟାଙ୍କର ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ନିଆଁ ଲାଗିଯାଇଥିଲା । ଧକ୍କା ପରେ ଜିଅନ୍ତା ଜଳିଯାଇଥିଲେ ଦୁଇ ଗାଡି ଚାଳକ । ପୋଲିସ କହିବା ଅନୁସାରେ, ଲୁହା ବୋଝେଇ ଟ୍ରକଟି ସମ୍ୱଲପୁରରୁ ରେଢ଼ାଖୋଲ ଅଭିମୁଖେ ଯାଉଥିଲା। ଆଉ ଗ୍ୟାସ୍ ଟ୍ୟାଙ୍କରଟି ବିପରୀତ ଦିଗରୁ ଆସୁଥିବା ବେଳେ ଦୁଇ ଗାଡ଼ି ମଧ୍ୟରେ ମହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଉଭୟ ଗାଡ଼ିରେ ନିଆଁ ଲାଗି ଯାଇଥିବା ବେଳେ ସେଥିରେ ଥିବା କର୍ମଚାରୀ ବାହାରି ନ ପାରି ଜଳି ଯାଇଥିଲେ।

Get real time updates directly on you device, subscribe now.