fbpx

ଅମତି ଶାହାଙ୍କ ମେଘାଳୟ ଓ ଅରୁଣାଚଳ ପ୍ରଦେଶ ଗସ୍ତ ବାତିଲ

ନୂଆଦିଲ୍ଲୀ, ୧୩ା୧୨: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ମେଘାଳୟ ଓ ଅରୁଣାଚଳ ପ୍ରଦେଶ ଗସ୍ତ ବାତିଲ ହୋଇଥିବା ସୂଚନା ମିଳିଛି । ଆସନ୍ତା ରବିବାର ଓ ସୋମବାରର ଗସ୍ତ କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି । ସିଲଂରେ ନର୍ଥ ଇଷ୍ଟର୍ଣ୍ଣ ପୋଲିସ ଏକାଡ଼େମୀରେ ଯୋଗଦେବାର କାର୍ଯ୍ୟକ୍ରମ ଥିଲା । ସେହିପରି ଏକ ପାସିଂ ଆଉଟ ପରେଡ଼ କାର୍ଯ୍ୟକ୍ରମରେ ମଧ୍ୟ ଶାହା ଯୋଗ ଦେଇଥାନ୍ତେ । କିନ୍ତୁ ବର୍ତ୍ତମାନ ଅମିତ ଶାହାଙ୍କ ଗସ୍ତକୁ ବାତିଲ କରାଯାଇଛି ।

ଉଲ୍ଲେଖଯୋଗ୍ୟ ଯେ ନାଗରିକତା ଆଇନକୁ ନେଇ ଚାରିଆଡ଼େ ତୀବ୍ର ଅସନ୍ତୋଷ ଦେଖାଦେବା ସାଙ୍ଗକୁ ଆନ୍ଦୋଳନକାରୀମାନେ ପୋଡ଼ାଜଳା ମଧ୍ୟ କରୁଛନ୍ତି । ଏନେଇ ଅମିତ ଶାହାଙ୍କ ଗସ୍ତ ବାତିଲ ହୋଇଥିବା ଅନୁମାନ କରାଯାଉଛି ।

Get real time updates directly on you device, subscribe now.