fbpx

ନାଗରିକତା ଆଇନକୁ ବିରୋଧ କରି ଆନ୍ଦୋଳନକାରୀ ପୋଡ଼ିଲେ ରେଲୱେ ଷ୍ଟେସନ

ପଶ୍ଚିମବଙ୍ଗ, ୧୩ା୧୨: ନାଗରିକତା ଆଇନକୁ ବିରୋଧ କରି ପଶ୍ଚିମବଙ୍ଗରେ ତୀବ୍ର ଅସନ୍ତୋଷ ଦେଖାଦେବା ସହ ଆନ୍ଦୋଳନକାରୀ ପୋଡ଼ାଜଳା କରିଥିବା ସୂଚନା ମିଳିଛି । ମୂର୍ଶିଦାବାଦର ଏକ ରେଲୱେ ଷ୍ଟେସନରେ ନିଆଁ ଲଗାଇଛନ୍ତି ଆନ୍ଦୋଳନକାରୀ । ଏହାପୂର୍ବରୁ ସେହିପରି ଆସାମ ଓ ତ୍ରିପୁରାରେ ମଧ୍ୟ ସ୍ଥିତି ଅଣଆୟତ ହୋଇଥିଲା ।

ଏହି ବିଲ୍ ଅନୁସାରେ ପାକିସ୍ତାନ, ଆଫଗାନିସ୍ତାନ ଓ ବାଙ୍ଗଲାଦେଶରେ ଧର୍ମୀୟ ହିଂସାର ସମ୍ମୁଖୀନ ହେଉଥିବା ହିନ୍ଦୁ, ବୌଦ୍ଧ, ଶିଖ୍, ଖ୍ରୀଷ୍ଟିଆନ, ପାର୍ସୀ ଓ ଜୈନ ଆଦି ସଂପ୍ରଦାୟର ଶରଣାର୍ଥୀମାନଙ୍କୁ ଭାରତରେ ନାଗରିକତା ଦିଆଯିବ । କିନ୍ତୁ ସେଥିରେ ମୁସଲିମ ମାନଙ୍କୁ ନାଗରିକତା ଦିଆଯିବ ନାହିଁ ।

ଉଲ୍ଲେଖଯୋଗ୍ୟ ଯେ ନାଗରିକତା ସଂଶୋଧନ ବିଲ ଲୋକସଭାରେ ବହୁ ମତରେ ପାରିତ ହେବା ପରେ ରାଜ୍ୟସଭାରେ ମଧ୍ୟ ବହୁ ତର୍କ ବିତର୍କରେ ପରେ ମଧ୍ୟ ବିଲଟି ପାସ ହୋଇଥିଲା । ଗତକାଲି ମଧ୍ୟ ନାଗରିକତା ସଂଶୋଧନ ବିଲ ଉପରେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ମୋହର ମାରିବା ପରେ ତାହା ଆଇନରେ ପରିଣତ ହୋଇଯାଇଛି । ଏନେଇ କେତେକ ଜାଗାରେ ଅସନ୍ତୋଷ ସହ ଅଶାନ୍ତି ମଧ୍ୟ ଦେଖା ଦେଇଛି ।

Get real time updates directly on you device, subscribe now.