fbpx

ଭାରତ ସମଗ୍ର ବିଶ୍ୱ ପାଇଁ ଉଦାହରଣ: ଟ୍ରମ୍ପ

ଅହମ୍ମଦାବାଦ,୨୪ା୨: ମୋଟେରୋ ଷ୍ଟାଡ଼ିଅମରେ ନମସ୍କାର, ନମସ୍ତେ କହି ଭାଷଣ ଆରମ୍ଭ କଲେ ଆମେରିକା ରାଷ୍ଟ୍ରପତି ଡ଼ୋନାଲ୍ଡ ଟ୍ରମ୍ପ । ସେଠାରେ ନମସ୍ତେ ଟ୍ରମ୍ପର କାର୍ଯ୍ୟକ୍ରମରେ ଟ୍ରମ୍ପ ବକ୍ତବ୍ୟ ରଖିଛନ୍ତି । ତାଙ୍କ ବକ୍ତବ୍ୟରେ ମୋଦିଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି । ସେ କହିଛନ୍ତି ଭାରତର ଉନ୍ନତି ପାଇଁ ମୋଦି ଅହରହ କାମ କରି ଚାଲିଛନ୍ତି । ତାଙ୍କ ପାଇଁ ଭାରତର ସବୁ ଘରେ ବିଜୁଳି ପହଞ୍ଚିପାରିଛି । ଶାନ୍ତିପ୍ରିୟ ଦେଶ ଭାବେ ସବୁ ଉପଲବ୍ଧି ହାସଲ କରିଛି ଭାରତ । ମୋଦିଙ୍କ ପାଇଁ ଭାରତରେ ଦାରିଦ୍ର୍ୟ କମିଛି । ପଟେଲଙ୍କ ସବୁଠୁ ଉଚ୍ଚା ପ୍ରତିମୂର୍ତ୍ତି ନିର୍ମାଣ କରି ଇତିହାସ ରଚିଛି ଭାରତ । ମୋଦି ପାଇଁ ଟ୍ରୁ ଫ୍ରେଣ୍ଡ କହିଛନ୍ତି ଟ୍ରମ୍ପ । ଏହାସହ ଭାରତ ଭଳି ଅତି ସୁନ୍ଦର ଦେଶର ଲୋକଙ୍କୁ ଧନ୍ୟବାଦ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ।
ଏହାସହ ଷ୍ଟାଡ଼ିଅମରେ ଉପସ୍ଥିତ ଥିବା ୧୧୦ ହଜାର ଲୋକ ମୋତେ ଅଭିଭୂତ କରିଛି । ଜଣେ ଚା ବିକାଳିରୁ ଆଜି ଏତେ ବଡ଼ ହୋଇଛନ୍ତି ମୋଦି । ମୋଦିଙ୍କୁ ଭାରତରେ ସମସ୍ତେ ଭଲ ପାଉଛନ୍ତି । ସାରା ବିଶ୍ୱରେ ଗଣତନ୍ତ୍ରରେ ଭାରତ ଉଦାହରଣ ସୃଷ୍ଟି କରିପାରିଛି ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.