ଟ୍ରମ୍ପଙ୍କ ମୁଣ୍ଡ ଉପରେ ଝୁଲୁଛି ଖଣ୍ଡା, ‘Hush Money’ ମାମଲାରେ ଯିବେ ଜେଲ !

ୱାଶିଂଟନ୍‌: ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଲାଗିବ ବଡ଼ ଝଟକା । ଶପଥ ଗ୍ରହଣ ପୂର୍ବରୁ ‘Hush Money’ ମାମଲାରେ ତାଙ୍କୁ ଦଣ୍ଡିତ କରାଯାଇପାରେ ।

ତେବେ ଟ୍ରମ୍ପଙ୍କୁ ଜେଲ ନ ହୋଇପାରେ ବୋଲି ଶୁକ୍ରବାର ନ୍ୟୁୟର୍କ ଷ୍ଟେଟ୍ ସୁପ୍ରିମକୋର୍ଟ ବିଚାରପତି ଜୁଆନ୍ ମାନୁଏଲ ମର୍ଚାନ(Juan Manuel Merchan) ସଂକେତ ଦେଇଛନ୍ତି ।

ଟ୍ରମ୍ପଙ୍କ ଦଲିଲ ଖାରଜ୍‌: ଟ୍ରମ୍ପଙ୍କ ଦଣ୍ଡ ବିଷୟରେ ଜଷ୍ଟିସ୍ ଜୁଆନ୍ ମର୍ଚାନ୍ ଶୁକ୍ରବାର ଦିନ ସ୍ପଷ୍ଟ କରିଛନ୍ତି ଯେ ସେ ଟ୍ରମ୍ପଙ୍କୁ ‘ସର୍ତ୍ତମୂଳକ ଡିସଚାର୍ଜ’ ଦେବେ, ଅର୍ଥାତ୍ ଯଦି ଟ୍ରମ୍ପଙ୍କୁ ପୁନଃ ଗିରଫ ନକରାଯାଏ ତେବେ ମାମଲା ରଦ୍ଦ ହେବ।

ଟ୍ରମ୍ପଙ୍କ ପାଇଁ ଏହା ଏକ ବଡ଼ ଝଟକା ହେବ କାରଣ ତାଙ୍କ ଓକିଲମାନେ ଏହି ଦଣ୍ଡ ରଦ୍ଦ କରିବାକୁ ଚେଷ୍ଟା କରୁଥିଲେ । ତାଙ୍କ ଓକିଲଙ୍କ ଯୁକ୍ତି ଥିଲା ଯେ ଟ୍ରମ୍ପଙ୍କୁ ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିଥିବାରୁ ତାଙ୍କୁ ଦଣ୍ଡ ମୁକ୍ତ କରାଯାଉ ।

ଏହି ଯୁକ୍ତିକୁ ପ୍ରତ୍ୟାଖ୍ୟାନ କରି ବିଚାରପତି ମାର୍ଚାନ୍ କହିଛନ୍ତି ଯେ ‘ଦଣ୍ଡବିଧାନ ଆବଶ୍ୟକ’ ଏବଂ ଜାନୁଆରୀ ୨୦ରେ ଟ୍ରମ୍ପଙ୍କ ଶପଥ ଗ୍ରହଣ ପୂର୍ବରୁ ଏହା ସମ୍ପୂର୍ଣ୍ଣ ହେବ । କେବଳ ଏହି ମାମଲା ବନ୍ଦ କରି ନ୍ୟାୟ କରାଯାଇପାରିବ ବୋଲି ସେ କହିଛନ୍ତି ।

ଟ୍ରମ୍ପଙ୍କ ଶପଥ ଗ୍ରହଣ: ଜାନୁଆରୀ ୨୦ ରେ ଡୋନାଲ୍ଡ ଟ୍ରମ୍ପ ଆମେରିକାର ୪୭ ତମ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିବେ । ରିପବ୍ଲିକାନ୍ ପାର୍ଟି ସିନେଟରେ ନିୟନ୍ତ୍ରଣ ହାସଲ କରିଛି, ଯେଉଁଠାରେ ସେମାନଙ୍କର ୫୨ ଟି ଆସନ ରହିଛି ।

ଯେଉଁଠାରେ ଡେମୋକ୍ରାଟଙ୍କର ୪୭ ଟି ଏବଂ House of Representativesରେ ରିପବ୍ଲିକାନ୍ ମଧ୍ୟ ଆଗୁଆ ଅଛନ୍ତି, ସେଠି ସେମାନଙ୍କ ପାଖରେ ୨୧୬ ଟି ଆସନ ଥିବାବେଳେ ଡେମୋକ୍ରାଟ୍ସଙ୍କୁ ୨୦୯ ଟି ଆସନ ମିଳିଛି ।