fbpx

ମଧ୍ୟସ୍ଥତା ପାଇଁ ଟ୍ରମ୍ପଙ୍କ ପ୍ରସ୍ତାବ

Advertisement

ୱାଶିଂଟନ୍, ୨୭ା୫: କିଛି ଦିନ ହେବ ଭାରତ-ଚୀନ ସୀମା ବିବାଦ ଲାଗି ରହିଥିଲା । ଏହି ବିବାଦର ସମାଧାନ ନେଇ ଆମେରିକା ରାଷ୍ଟ୍ରପତି ଡ଼ୋନାଲ୍ଡ ଟ୍ରମ୍ପ ଆଜି ଟ୍ୱିଟ କରିଛନ୍ତି । ସେ କହିଛନ୍ତି ଯେ ଦୁଇ ଦେଶ ଚାହିଁଲେ ମଧ୍ୟସ୍ଥତା ପାଇଁ ଆମେରିକା ପ୍ରସ୍ତୁତ ଅଛି । ମଧ୍ୟସ୍ଥତା ପାଇଁ ଭାରତ ଓ ଚୀନକୁ ସୂଚନା ଦେଇଛନ୍ତି ଟ୍ରମ୍ପ । ଏହାସହ ସାମ୍ପ୍ରତିକ ସ୍ଥିତିରେ ମଧ୍ୟସ୍ଥତା ପାଇଁ ସେ ଆଗ୍ରହୀ ଓ ସକ୍ଷମ ବୋଲି କହିଛନ୍ତି ।

Get real time updates directly on you device, subscribe now.