ଓଡ଼ିଶା ଭାସ୍କର: ଜ୍ୟେତିଷଶାସ୍ତ୍ର ଅନୁସାରେ ଯେକୌଣସି ବ୍ୟକ୍ତିଙ୍କ ଜୀବନରେ ଗ୍ରହର ବହୁତ ମହତ୍ତ୍ୱ ରହିଥାଏ। ବିଶ୍ୱାସ ରହିଛି ଯେ, ଏହି ନବଗ୍ରହ ଆପଣଙ୍କୁ ଆଗକୁ ବଢିବାରେ ସାହାଯ୍ୟ କରନ୍ତି, ଏବଂ ଏହି ୯ଟି ଗ୍ରହଙ୍କୁ ପ୍ରସନ୍ନ କରିବାରେ ଜୀବନରେ ସପଳତା ମିଳିଥାଏ। କୁହାଯାଇଥାଏ ଯେ, ଯଦି କୌଣସି ବ୍ୟକ୍ତିର କୁଣ୍ଡଳୀ ବା ଜାତକରେ ନବଗ୍ରହ ମଜବୁତ ହେଲେ ଜୀବନରେ ଆସୁଥିବା ସମସ୍ତ ସମସ୍ୟା ଦୂର ହୋଇଥାଏ।
ସୂର୍ଯ୍ୟ: ଆମନଙ୍କ ଜାତକରେ ଯଦି ସୂର୍ଯ୍ୟଙ୍କ ସ୍ଥିତି ଦୁର୍ବଳ ଅଛି, ତେବେ ଆପଣଙ୍କ ଜୀବନରେ ଅନକେ ସମସ୍ୟା ଆସିପାରେ। ଏଥିପାଇଁ ଆପଣ ନିୟମିତ ଭାବେ ତମ୍ବା ପାତ୍ରରେ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରନ୍ତୁ। ଏଥିସହ ତମ୍ବାପାତ୍ରର ଜଳ ନିୟମିତ ସେବନ କରନ୍ତୁ।
ଚନ୍ଦ୍ର: ପାଣି ଚନ୍ଦ୍ରଙ୍କ କାରକ ବୋଲି କୁହାଯାଇଥାଏ ଏବଂ ଯଦି ଆପଣ ପାଣି ଅନାବଶ୍ୟକ ଭାବେ ଖର୍ଚ୍ଚ କରନ୍ତି, ତେବେ ଆପଣଙ୍କ ଜୀବନ ଦୁଃଖମୟ ହେବ। ଧ୍ୟାନ ରଖନ୍ତୁ ଯେ, ରାତିରେ ଆପଣ କୌଣସି ଥଣ୍ଡା ଜିନିଷ ଖାଆନ୍ତୁ ନାହିଁ।
ମଙ୍ଗଳ: ମଙ୍ଗଳକୁ ମଜବୁତ କରିବା ଲାଗି ଆପଣଙ୍କୁ ନିୟମିତ ଭାବେ ହନୁମାନ ଚାଳିଶାର ପାଠ କରିବା ଆବଶ୍ୟକ ଏବଂ ମାଙ୍କଡମାନଙ୍କୁ ଖାଦ୍ୟ ଖୁଆଇବା ଆବଶ୍ୟକ। ଏଥିସହ ଆପଣଙ୍କ କୁଣ୍ଡଳୀରେ ମଙ୍ଗଳ ଦୋଷ ଦୂର ହେବ।
ବୃହସ୍ପତି: ଯଦି ଆପଣଙ୍କ କୁଣ୍ଡଳୀରେ ବୃହସ୍ପତିଙ୍କ ସ୍ଥିତି ଦୁର୍ବଳ ଅଛି, ତେବେ ଗୁରୁବାର ଦିନ ଭଗବାନ ବିଷ୍ଣୁଙ୍କୁ ହଳଦୀ ଚଢାଇବା ଆବଶ୍ୟକ ଏବଂ ଏହି ଦିନ ସାଧା ଭୋଜନ କରାଇବା ଆବଶ୍ୟକ। ଏଥିସହ ଯଦି ଆପଣ ହଳଦିଆ କପଡ଼ା ପିନ୍ଧସ୍ୱକ୍ତନ୍ତି ଏବଂ ମଥାରେ ହଳଦୀ ବା କେସର ତିଳକ ଲଗାଉଛନ୍ତି ତେବେ ଆପଣଙ୍କର ଗୁରୁଗ୍ରହ ଦୋଷ କମିଯିବ।
ବୁଧ: ବୁଧବାର ଦିନ ସବୁଜ ରଙ୍ଗର ବସ୍ତ୍ର ପିନ୍ଧିବା ସହ ପଶୁମାନଙ୍କୁ ସବୁଜ ରଙ୍ଗର ଜିନିଷ ଖୁଆନ୍ତୁ। ଏହି ଉପାୟରେ କୁଣ୍ଡଳୀରେ ବୁଧଙ୍କୁ ମଜବୁତ କରାଯାଇଥାଏ।
ଶୁକ୍ର: ଏହି ଗ୍ରହକୁ ମଜବୁତ କରିବା ଲାଗି ଜୀବନସାଥୀଙ୍କ ସହ ସଂପର୍କ ମଜବୁତ କରିବାକୁ ଚେଷ୍ଟା କରନ୍ତୁ। ଏଥିସହ ରୂପା ଅଳଙ୍କାର ପରିଧାନ କରନ୍ତୁ। ଯଦି ଆପଣ ଶୁକ୍ରବାର ଦିନ ଧଳା ରଙ୍ଗ ଜିନିଷ କାହାକୁ ଅର୍ପଣ କରୁଛନ୍ତି, ତେବେ ଏହା ଲାଭଦାୟକ ରହିବ।
ଶନି: ଶନିଙ୍କୁ ଦୃଢ କରିବାକୁ ଚାହୁଁଥିଲେ, ଆବଶ୍ୟକୀୟ ବ୍ୟକ୍ତିଙ୍କୁ ଖାଦ୍ୟ ଖୁଆନ୍ତୁ ଏବଂ ଗରିବମାନଙ୍କ ଆବଶ୍ୟକୀୟ ଜିନିଷ ପ୍ରଦାନ କରନ୍ତୁ।
ରାହୁ: ଆପଣଙ୍କ ଯାତକରେ ରାହୁର ସ୍ଥିତି ଦୁର୍ବଳ ଥିଲେ, ଏହାକୁ ମଜବୁତ କରିବା ଲାଗି କଳା ବସ୍ତ୍ର ପିନ୍ଧିବାଠାରୁ ଦୂରେଇ ରୁହନ୍ତୁ। ଯଦି ପାରୁଛନ୍ତି ତେବେ କଳା କୁକୁରଙ୍କୁ ଶନିବାର ଦିନ ରୁଟି ଖୁଆନ୍ତୁ।
କେତୁ: ଯଦି ଆପଣଙ୍କ କୁଣ୍ଡଳୀରେ କେତୁଙ୍କର ସ୍ଥିତି ମଜବୁତ ଅଛି ତେବେ ଆପଣଙ୍କୁ ନିୟମିତ ଭାବେ ଗଣପତିଙ୍କ ପୂଜା କରିବା ଆବଶ୍ୟକ। ଏଥିରେ କେତୁଙ୍କୁ ମଜବୁତ କରାଯାଇ ପାରିବ।