fbpx
BJD SKY
BJD SKY

କ୍ୟାନ୍ସରକୁ ପାଖ ମଡ଼େଇଦିଏନି ତୁଳସୀ ! ଜାଣନ୍ତୁ କିପରି କରିବେ ସେବନ

BJD

ହିନ୍ଦୁ ଧର୍ମରେ ତୁଳସୀ ଗଛ ଅତ୍ୟନ୍ତ ପବିତ୍ର ବୋଲି ବିବେଚନା କରାଯାଏ । ଲୋକ ତୁଳସୀ ଗଛକୁ ରୀତିନୀତି ସହିତ ପୂଜା କରନ୍ତି । ଆୟୁର୍ବେଦରେ ମଧ୍ୟ ଏହାର ବିଶେଷ ଗୁରୁତ୍ୱ ରହିଛି। ଏହାର ଅନେକ ଔଷଧୀୟ ଗୁଣ ମଧ୍ୟ ଅଛି। ଏହା ସ୍ୱାସ୍ଥ୍ୟ ପାଇଁ ଅନେକ ଲାଭ ଯୋଗାଏ। ଏହା ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅନେକ ସମସ୍ୟାରୁ ମୁକ୍ତି ପାଇବାରେ ସାହାଯ୍ୟ କରେ। ତୁଳସୀ ଏପରି ଏକ ବୃକ୍ଷ, ଯାହାର ଚେର, କାଣ୍ଡ, ପତ୍ର ଓ ମଞ୍ଜିକୁ ଆୟୁର୍ବେଦିକ ଔଷଧ ପ୍ରସ୍ତୁତିରେ ପ୍ରୟୋଗ କରାଯାଇଥାଏ । ଏହା ବ୍ୟତୀତ ଏହାର ଆଧ୍ୟାତ୍ମିକ ମହତ୍ୱ ମଧ୍ୟ ରହିଛି । ହିନ୍ଦୁ ଶାସ୍ତ୍ରରେ ତୁଳସୀ ପୂଜନୀୟ, ପବିତ୍ର ଓ ଦୈବୀ ସ୍ୱରୂପ ଭାବେ ପରିଗଣିତ ।

ତେବେ ଆସନ୍ତୁ ଜାଣିବା ତୁଳସୀର କ’ଣ ସବୁ ଭଲ ଗୁଣ ରହିଛି:

– ତୁଳସୀରେ ଥିବା ଫାଇଟୋକେମିକାଲ କ୍ୟାନସର ଭଳି ରୋଗରୁ ଶରୀରକୁ ରକ୍ଷା କରିବାରେ ସହାୟକ ହୋଇଥାଏ ।

– ଏକ ଗ୍ଲାସ ପାଣିରେ ତିନି ଚାରୋଟି ତୁଳସୀ ପତ୍ର ପକାଇ ଏହାକୁ ଗୋଟିଏ ରାତି କିମ୍ବା ୪ରୁ ୫ ଘଣ୍ଟା ରଖି ଦିଅନ୍ତୁ । ତାହାପରେ ତୁଳସୀ ପତ୍ର ଛାଣି ଏହି ପାଣି ପିଇବା ଦ୍ୱାରା ଥଣ୍ଡା, ସର୍ଦ୍ଦି ଭଳି ଜୀବାଣୁଜନିତ ରୋଗରୁ ଉପଶମ ମିଳିଥାଏ ।

– ଏହାର ପାଣିକୁ ଫୁଟାଇ ପିଇବା ଦ୍ୱାରା ଶରୀରକୁ ଅନେକ ଫାଇଦା ମିଳିଥାଏ । ତୁଳସୀ ପତ୍ର ପାଣିରେ ଆଣ୍ଟି ଇମ୍ପିଲେମେଟରୀ ତତ୍ତ୍ୱ ରହିଥାଏ । ଯାହା ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ସମସ୍ୟାରୁ ମୁକ୍ତି ଦେଇଥାଏ ।
– ତୁଳସୀ ପତ୍ର ପାଣି ପିଇବା ଦ୍ୱାରା ଶରୀର ମଧ୍ୟରୁ ଟକ୍ସିନ ଦୂର ହୋଇଥାଏ । ଏହାଛଡା କିଡନୀ ଓ ଲିଭର ଜନିତ ରୋଗ ପାଇଁ ତୁଳସୀ ପତ୍ର ପାଣି ଔଷଧ ଭଳି କାମ କରିଥାଏ ।

– କେବଳ ଏତିକି ନୁହେଁ ଏହାଦ୍ୱାରା ଶରୀରରେ ଏସିଡର ମାତ୍ରା ସନ୍ତୁଳିତ ରହିଥାଏ । ଏହାଦ୍ୱାରା ପେଟ ଜନତି ସମସ୍ୟାରୁ ମଧ୍ୟ ରକ୍ଷା ପାଇ ପାରିବେ ।

Get real time updates directly on you device, subscribe now.