fbpx

EURO କପ୍ ଫୁଟବଲ: ଅଷ୍ଟ୍ରିଆକୁ ୨-୧ରେ ପରାସ୍ତ କରି କ୍ୱାର୍ଟର ଫାଇନାଲରେ ତୁର୍କୀ

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଜର୍ମାନୀରେ ଚାଲିଥିବା ୟୁରୋ କପ୍ ଫୁଟବଲ ୨୦୨୪ ଟୁର୍ଣ୍ଣାମେଣ୍ଟର କ୍ୱାର୍ଟର ପର୍ଯ୍ୟାୟ ମୁକାବିଲା ଆସନ୍ତା ୫ ତାରିଖ ଠାରୁ ଆରମ୍ଭ ହେବ । ଏହା ମଧ୍ୟରେ ଗତକାଲି ବିଳମ୍ବିତ ରାତ୍ରିରେ ପ୍ରି-କ୍ୱାର୍ଟର ଫାଇନାଲ ମୁକାବିଲରେ ଅଷ୍ଟ୍ରିଆକୁ ୨-୧ ଗୋଲ ବ୍ୟବଧାନରେ ପରାସ୍ତ କରି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି ତୁର୍କୀ । ଏହା ପୂର୍ବରୁ ରୋମାନିଆକୁ ୩-୦ ଗୋଲ ବ୍ୟବଧାନରେ ପରାସ୍ତ କରିଥିଲା ନେଦରଲାଣ୍ଡସ । ଆସନ୍ତା ୬ ତାରିଖରେ ନେଦରଲାଣ୍ଡସ ଓ ତୁର୍କୀ ସେମିଫାଇନାଲରେ ସ୍ଥାନ ହାସଲ କରିବା ନିମନ୍ତେ ମୁହାଁମୁହିଁ ହେବେ ।

ରେଡବୁଲ ଏରିଆରେ ଗତକାଲି ଖେଳାଯାଇଥିବା ମ୍ୟାଚରେ ତୁର୍କୀ ପକ୍ଷରୁ ମେରି ଡେମିରାଲ ଦୁଇଟି ଗୋଲ ସ୍କୋର କରିଥିଲେ । ସେ ୫୯ତମ ମିନିଟରେ ଗୋଲ ସ୍କୋର କରିଥିଲେ । ଅନ୍ୟପକ୍ଷରେ ୬୬ତମ ମିନିଟରେ ଅଷ୍ଟ୍ରିଆ ତରଫରୁ ମାଇକେଲ ଗ୍ରେଗୋରିସ୍ ଗୋଲ ସ୍କୋର କରିଥିଲେ । ଏହି ମ୍ୟାଚରେ ବିଜୟୀ ହେବାକୁ ଅଷ୍ଟ୍ରିଆ ଅକ୍ଲାନ୍ତ ପରିଶ୍ରମ କରିଥିଲେ ହେଁ ସଫଳ ହୋଇ ପାରିନଥିଲା । ଅନ୍ୟପକ୍ଷରେ ମିଳିଥିବା ସୁଯୋଗର ଫାଇଦା ଉଠାଇ ତୁର୍କୀ ଏହି ମ୍ୟାଚକୁ ଜିତି ନେଇଥିଲା ।

Get real time updates directly on you device, subscribe now.