fbpx

କରୋନା ଓ ନିମୋନିଆରେ ଚାଲିଗଲା ଏହି ଟିଭି ଅଭିନେତ୍ରୀଙ୍କ ଜୀବନ

ମୁମ୍ବାଇ,୭ ।୧୨: ଟିଭି ଇଣ୍ଡଷ୍ଟ୍ରିକୁ ଆଜି ସକାଳେ ଏକ ବଡ ଝଟକା ଲାଗିଛି । ଖବର ମିଳିଛି ଯେ, ଗତ କିଛି ଦିନ ହେବ ଭେଣ୍ଟିଲେଟରରେ ଥାଇ ଜୀବନ ସହ ସଂଗ୍ରାମ କରୁଥିବା ଅଭିନେତ୍ରୀ ଦିବ୍ୟା ଭଟ୍ଟନାଗରଙ୍କର ଦେହାନ୍ତ ଘଟିଛି । ଟିଭି ସିରିଏଲ ‘ୟେ ରିସ୍ତା କ୍ୟା କେହଲତା ହୈ’ରେ ‘ଗୁଲାବୋ’ ଭୁମିକାରେ ଅଭିନୟ କରିଥିବା ଦିବ୍ୟା କରୋନାରେ ସଂକ୍ରମଣ ହୋଇଥିଲେ । ଫଳରେ ତାଙ୍କୁ ଗୋରେଗାଁଓର ଏସଆରଭି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୩୪ ବର୍ଷ ହୋଇଥିଲା ।

ଖବର ମିଳିଛି ଯେ, ଦିବ୍ୟାଙ୍କୁ ନିମୋନିଆ ହୋଇଥିଲା । ତାଙ୍କର ଅବସ୍ଥା ଗୁରୁତର ଥିବା ବେଳେ ଅକ୍ସିଜେନ୍ ଲେବଲ ହ୍ରାସ ପାଇଥିଲା । ଏଥିପାଇଁ ଦିବ୍ୟାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । ଭେଣ୍ଟିଲେଟରରେ ଅନେକ ଦିନ ଧରି ଜୀବନ ଓ ମୃତ୍ୟୁ ମଧ୍ୟରେ ସଂଘର୍ଷ କରି ଶେଷରେ ସେ ଏହି ଦୁନିଆକୁ ଛାଡି ସବୁଦିନ ପାଇଁ ଚାଲିଯାଇଛନ୍ତି । ଦିବ୍ୟାଙ୍କ ବନ୍ଧୁ ତଥା ଅଭିନେତ୍ରୀ ଦେବୋଲିନା ଭଟ୍ଟଚାର୍ଜୀ ଇନଷ୍ଟ୍ରାଗ୍ରାମରେ ଏକ ମେସେଜ ଲେଖି ଦୁଃଖ ପ୍ରକାଶ କରିଛନ୍ତି ।

https://www.instagram.com/p/CIeXhFuB85a/?utm_source=ig_web_copy_link

Get real time updates directly on you device, subscribe now.