fbpx

ଗଣେଶ ପୂଜା ପାଇଁ ଟିଭି କଳାକାର ନିଜ ହାତରେ ନିର୍ମାଣ କଲେ, ଇକୋ ଫ୍ରେଣ୍ଡଲି ଗଣେଶ ମୂର୍ତ୍ତି

ମୁମ୍ବାଇ : ଭଗବାନ ଗଣେଶଙ୍କ ଜନ୍ମ ଦିନକୁ ଆଜି ସାରା ଦେଶରେ ପାଳନ କରାଯାଉଛି । ପୌରାଣିକ କଥା ଅନୁସାରେ ମାତା ପାର୍ବତୀ ଆଜିର ଦିନରେ ନିଜ ହାତରେ ଗଣେଶଙ୍କୁ ପ୍ରସ୍ତୁତ କରିଥିଲେ ଏବଂ ସେଥିରେ ପ୍ରାଣ ଦେଇଥିଲେ । ଏହି ପରି କିଛି କରିଛନ୍ତି ଆମ ଟିଭି କଳାକାରମାନେ । ସେମାନେ ମାଟିରେ ନିଜ ହାତରେ ଭଗବାନ ଗଣେଶଙ୍କୁ ନିର୍ମାଣ କରିଛନ୍ତି । ସେମାନଙ୍କ ମତରେ ବାହାର ବଜାରରୁ କେମିକାଲ ରଙ୍ଗ ଦିଆ ଯାଇଥିବା ମୂର୍ତ୍ତି ନ କିଣି ଏହି ପରି ମାଟିରେ ଇକୋ ଫ୍ରେଣ୍ଡଲି ଗଣେଷ କରିବା ଆବଶ୍ୟକ । ଆସନ୍ତୁ ଜାଣିବା କେଉଁ କଳାକାର ମାନେ ନିଜ ହାତରେ ଭଗବାନ ଗଣେଶଙ୍କ ମୂର୍ତ୍ତି ନିର୍ମାଣ କରିଛନ୍ତି ।

ଇଷିତା ଦତ୍ତା ନିଜେ ମାଟିର ଗଣେଶ ନିର୍ମାଣ କରୁଛନ୍ତି । ପ୍ରତି ବର୍ଷ ପରି ଚଳିତ ବର୍ଷ ଇଷିତା ନିଜ ହାତରେ ଗଣେଷଙ୍କ ମୂର୍ତ୍ତି ନିର୍ମାଣ କରିଛନ୍ତି । ଯାହାର ଭିଡିଓ ସେ ଇଷ୍ଟାଗ୍ରାମରେ ସେୟାର କରିଛନ୍ତି । ଏହି ଭିଡିଓରେ ଦେଖିବାକୁ ମିଳିଥଲା କଳାକାର ନିଜ କଳା ଦେଖାଉଛନ୍ତି । ଭଗବାନ ଗଣେଶଙ୍କ ମୂର୍ତ୍ତିକୁ ସୁନ୍ଦର ଭାବରେ ନିର୍ମାଣ କରିଛନ୍ତି । ଏହି ଭିଡିଓକୁ ପ୍ରସ୍ତୁତ କରି କ୍ୟପସନରେ ଲେଖିଛନ୍ତି “ଡିଭୋସନ, ଲଭ,ଫ୍ୟାମିଲି,ଫ୍ରେଣ୍ଡସ,କେଦକ, ଏବଂ ଢୋଲର ଶବ୍ଧ… ଶେଷରେ ବର୍ଷର ସେହି ସମୟ ଆସିଗଲା ।”

“ବିଗ ବସ” ଓଟିଟିର କଣ୍ଟେଷ୍ଟର ରାକେଶ ବାପତ ମଧ୍ୟ ପ୍ରତିବର୍ଷ ଭଗବାନ ଗଣେଷଙ୍କ ମୂର୍ତ୍ତି ନିଜ ହାତରେ ପ୍ରସ୍ତୁତ କରନ୍ତି । ଚଳିତ ବର୍ଷ ମଧ୍ୟ ସେ ନିଜ ହାତରେ ଘରେ ପ୍ରସ୍ତୁତ କରିଛନ୍ତି ଭଗବାନ ଗଣେଶଙ୍କ ମୂର୍ତ୍ତି । ସେ ମୂର୍ତ୍ତିରେ ରଙ୍ଗ ଦେବା ବେଳେ ଏହାର ଫଟୋକୁ ଇଷ୍ଟାଗ୍ରାମରେ ସେୟାର କରିଛନ୍ତି । ଯାହାକୁ ଲୋକମାନେ ଖୁବ ପସନ୍ଦ କରିଛନ୍ତି ।

ଟିଭି ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ଅଭିନେତା ରିତିୱିକ ଧନଜାନୀ ମଧ୍ୟ ପ୍ରତି ବର୍ଷ ନିଜ ହାତରେ ଭଗବାନ ଗଣେଷଙ୍କ ମୂର୍ତ୍ତି ନିର୍ମାଣ କରନ୍ତି । ଏହା ସହତ ସୋସିଆଲ ମିଡିଆରେ ସହିତ ଏହାର ଭିଡିଓ ସେୟାର କରନ୍ତି । ଏଥର ସେ ଚନ୍ଦ୍ରଙ୍କ ଉପରେ ସେ ଭଗବାନ ଗଣେଷଙ୍କ ମୂର୍ତ୍ତି ନିର୍ମାଣ କରିଛନ୍ତି ।

କରଣ ୱାହି ମଧ୍ୟ ଭଗବାନ ଗଣେଷଙ୍କ ମୂର୍ତ୍ତି ନିଜ ହାତରେ ନିର୍ମାଣ କରିଛନ୍ତି । ଏହାର ଭିଡିଓ ସେୟାର କରି ସେ ଲେଖିଛନ୍ତି ବାପ୍ପା ମୋ ଜୀବନକୁ ଆଉ ଏକ ବର୍ଷ ପରେ ଆସିଲେ । ସେ ଆଗରୁ ମଧ୍ୟ ବାପ୍ପାଙ୍କ ମୂର୍ତ୍ତି ନିର୍ମାଣ କରିଛନ୍ତି ।

Get real time updates directly on you device, subscribe now.