fbpx

ଆତ୍ମହତ୍ୟା କଲେ ପ୍ରସିଦ୍ଧ ଟିଭି ଆକ୍ଟର ସମୀର ଶର୍ମା

ମୁମ୍ବାଇ,୬ ।୮: କରୋନା ସଙ୍କଟ ମଧ୍ୟରେ ବଲିଉଡ ଓ ଛୋଟ ପରଦାରେ ଅଭିନୟ କରୁଥିବା ଅଭିନେତାଙ୍କ ଆତ୍ମହତ୍ୟା ମାମଲା ଜାରି ରହିଛି । ଏହାରି ମଧ୍ୟରେ ଜଣାଶୁଣା ଟିଭି ଅଭିନେତା ସମୀର ଶର୍ମା ଆତ୍ମହତ୍ୟା କରିଛନ୍ତି । ସମୀର ମୁମ୍ବାଇରେ ଆତ୍ମହତ୍ୟା କରିଛନ୍ତି । ‘କ୍ୟୁଂକି ସାସ୍ ଭି କଭି ବହୂ ଥୀ’ରେ ସମୀର ମୁଖ୍ୟ ଭୂମିକାରେ ନଜର ଆସିଥିଲେ ।

ତେବେ ଗତକାଲି ରାତିରେ ୪୪ ବର୍ଷୀୟ ସମୀର ମଲାଡ ପଶ୍ଚିମରେ ଥିବା ସିଏଚଏସ ଆପାର୍ଟମେଣ୍ଟରେ ଫାଶୀ ଲଗାଇଥିଲେ । ରାତିରେ ଡ୍ୟୁଟି ଦେଉଥିବା ସିକ୍ୟୁରିଟି ସମୀର ଶବକୁ ଝୁଲନ୍ତା ଅବସ୍ଥାରେ ଦେଖି ସୂଚନା ଦେଇଥିଲା । ତେବେ ସମୀର କେଉଁ କାରଣରୁ ଆତ୍ମହତ୍ୟା କରିଛନ୍ତି, ତାହା ଜଣାପଡିନାହିଁ ।

Get real time updates directly on you device, subscribe now.