fbpx

ହେଲମେଟ ପାଇଁ ଆସିଲା ନୂଆ ନିୟମ, ଜାଣି ରଖନ୍ତୁ ନଚେତ ଗଣିବେ ମୋଟ ଅଙ୍କର ଟଙ୍କା

ଭୁବନେଶ୍ୱର୬ା୮(ଓଡ଼ିଶା ଭାସ୍କର): ସାରା ଦେଶରେ ନୂଆ ନିୟମ ଲାଗୁ ହେବା ପରେ ଗାଡ଼ିର ଆବଶ୍ୟକୀୟ କାଗଜପତ୍ର ରଖିବା ସହ ହେଲମେଟ ପିନ୍ଧିବା ବାଧ୍ୟତାମୂଳକ ହୋଇଯାଇଛି । ଯେଉଁମାନେ ଏହି ନିୟମ ଭାଙ୍ଗିବେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସହ ଜୋରିମାନା ଆଦାୟ କରାଯାଉଛି । ତେଣୁ ଜୋରିମାନା ନଦେବା ପାଇଁ ବାଇକ ଚାଳକମାନେ ଯେ କୌଣସି ହେଲମେଟ ପିନ୍ଧୁଛନ୍ତି । ଯାହା ସୁରକ୍ଷିତ ହୋଇନଥାଏ । ଏବଂ ଦୁର୍ଘଟଣା ଘଟିଲେ ଆପଣଙ୍କ ଜୀବନକୁ ବିପଦ ମୁହଁକୁ ଠେଲି ଦେଇଥାଏ । ତେଣୁ ଏବେ ହେଲ ମେଟ ପିନ୍ଧିବା ନେଇ ଏକ ନୂଆ ନିୟମ ଲାଗୁ ହୋଇଛି । ଆଉ ଏଣିକି ଶସ୍ତା ହେଲମେଟ ପିନ୍ଧିଲେ ଚଳିବ ନାହିଁ । ଶସ୍ତା ହେଲ ମେଟ ପିନ୍ଧିଲେ ଜୋରିମାନା ଦେବାକୁ ପଡ଼ିବ । ହଲମାର୍କ ଥିବା ହେଲମେଟ ନପିନ୍ଧିଲେ ହଜାରେ ଜୋରିମାନା ଗଣିବେ ବୋଲି ସୂଚନା ମିଳିଛି ।

Get real time updates directly on you device, subscribe now.