fbpx
BSKY
BJD MC SKY
BJD YOUTH SKY

ବ୍ରଜରାଜନଗର ଉପନିର୍ବାଚନ ପାଇଁ ଘୁଞ୍ଚିଲା ଦ୍ୱାଦଶ ପରୀକ୍ଷା: ଜାଣନ୍ତୁ ପୁଣି କେବେ ହେବ ପରୀକ୍ଷା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଉପନିର୍ବାଚନ ପାଇଁ ଘୁଞ୍ଚିଲା ପରୀକ୍ଷା । ବ୍ରଜରାଜନଗର ଉପନିର୍ବାଚନ ପାଇଁ ଦ୍ୱାଦଶ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି । ଆସନ୍ତା ୩୧ ତାରିଖରେ ଦ୍ୱାଦଶ ପରୀକ୍ଷା ଅନୁଷ୍ଠିତ ହେବା ନେଇ ପୂର୍ବରୁ ସ୍ଥିର ହୋଇଥିଲା । ତେବେ ଉପନିର୍ବାଚନ ପାଇଁ ଏହି ପରୀକ୍ଷା ଆସନ୍ତା ଜୁନ୍ ମାସ ୪ ତାରିଖକୁ ଘୁଞ୍ଚାଇ ଦିଆଯାଇଛି । ସୂଚନା ମୁତାବକ, କଳା ବିଭାଗର ଗଣିତ ଓ ଗୃହ ବିଜ୍ଞାନ ଏବଂ ବିଜ୍ଞାନ ବିଭାଗର ଗଣିତ ବିଷୟ ପରୀକ୍ଷା ଘୁଞ୍ଚିଛି । ପରୀକ୍ଷା ଘୁଞ୍ଚିବା ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ନୋଟିସ୍ ଜାରି କରାଯାଇଛି ।

ସୂଚନାଯୋଗ୍ୟ ଯେ, ବ୍ରଜରାଜନଗର ଉପନିର୍ବାଚନରେ ମୋଟ ୧୧ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ଚଳିତ ଉପନିର୍ବାଚନରେ ମୋଟ ୨,୧୪,୮୭୮ ଜଣ ଭୋଟର ଭୋଟ ଦେବେ । ସେମାନଙ୍କ ମଧ୍ୟରେ ୩୫୨୦ ଭିନ୍ନକ୍ଷମ ରହିଥିବା ବେଳେ ୨୧୪ ଜଣ ଚାକିରିଆ ରହିଛନ୍ତି । ୫ଟି ପିଙ୍କ୍ ବୁଥକୁ ମିଶାଇ ମୋଟ ୨୭୯ଟି ବୁଥରେ ଭୋଟ ଗ୍ରହଣ କରାଯିବ । ଉପନିର୍ବାଚନ ନେଇ ଆଜି ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଥିଲେ ।

ଅନ୍ୟପଟେ ଗତ ଏପ୍ରିଲ ୨୮ ତାରିଖରେ ରାଜ୍ୟରେ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପରୀକ୍ଷା ଆରମ୍ଭ ହୋଇଥିଲା । ଏହି ପରୀକ୍ଷା ମେ ମାସ ୩୧ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବା ନେଇ ନିଷ୍ପତ୍ତି ହୋଇଥିଲା । କରୋନା ପାଇଁ ଗତ ଦୁଇ ବର୍ଷ ଧରି ପରୀକ୍ଷା ବନ୍ଦ ରହିଥିଲା । ଚଳିତ ବର୍ଷ ମୋଟ ୩ ଲକ୍ଷ ୨୧ ହଜାର ୫୦୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ପ୍ରଶ୍ନପତ୍ରଗୁଡ଼ିକୁ ସୁରକ୍ଷିତ ରଖିବା ପାଇଁ ୨୦୨ଟି ନୋଡାଲ ସେଣ୍ଟରର ସ୍ଥାପନ କରାଯାଇଛି ।

Get real time updates directly on you device, subscribe now.