fbpx

ବିଶାଲଙ୍କ ଉପରେ ବର୍ଷିଲେ ସିଦ୍ଧାର୍ଥ ଶୁକ୍ଳାଙ୍କ ଫ୍ୟାନ୍ସ, ଜାଣନ୍ତୁ କ’ଣ ଏହି ମାମଲା?

ଟିଭି ପରଦାର ଲୋକପ୍ରିୟ କଳାକାର ତଥା ବିଗ ବସ୍ ସିଜନ୍ ୧୩ ର ବିଜେତା ଶିଦ୍ଧାର୍ଥ ଶୁକ୍ଳାଙ୍କ ଗତ ବର୍ଷ ୨ ସେପ୍ଟେମ୍ବରରେ ଦେହାନ୍ତ ହୋଇଥିଲା । ତାଙ୍କର ମୃତ୍ୟୁ ଫ୍ୟାନ୍ସଙ୍କୁ ମର୍ମାହତ କରିଥିଲା, ଖାଲି ତାଙ୍କ ଫ୍ୟାନ୍ସ ନୁହେଁ ତାଙ୍କର ଏହି ଅକାଳ ବିୟୋଗରେ ସେଲିବ୍ରିଟି ଏବଂ ଟିଭି ଜଗତର ଅନେକ କଳାକାର ମଧ୍ୟ ଶୋକପ୍ରକାଶ କରିଥିଲେ । ତେବେ ସୋସିଆଲ ମିଡିଆରେ ସିଦ୍ଧାର୍ଥଙ୍କ ଫ୍ୟାନ୍ସ ସବୁବେଳେ ଆକ୍ଟିଭ ରହିଥାନ୍ତି, ଏବଂ ସିଦ୍ଧାର୍ଥଙ୍କ ନାଁ ବ୍ୟବହାର କରୁଥିବାଙ୍କ ଅବସ୍ଥା ଖରାପ କରିଦେଇଥାନ୍ତି । ଆଉ ଏବେ ବିଗ୍ ବସ୍ ୧୫ ର ପ୍ରତିଯୋଗୀ ବିଶାଲ କୋଟିୟାନ ଏବେ ସିଦ୍ଧାର୍ଥ ଶକ୍ଳାଙ୍କ ଫ୍ୟାନଙ୍କ ଟାର୍ଗେଟରେ ରହିଛନ୍ତି ।

ବିଶାଲ କୋଟିୟାନଙ୍କୁ ସିଦ୍ଧାର୍ଥଙ୍କ ଫ୍ୟାନ୍ ଖୁବ୍ ଟାର୍ଗେଟ କରୁଛନ୍ତି । ବିଶାଲ କୋଟିୟାନ ଏକ ଗୀତ ରିଲିଜ କରିଛନ୍ତି । ଯାହାର ନାମ ହେଉଛି ଜୀନା ଜରୁରୀ ହେ । ଏହି ଗୀତରେ ସିଦ୍ଦାର୍ଥ ଶୁକ୍ଳା, ଦୀପିକା ତ୍ରିପାଠୀ ଏବଂ ବିଶାଲ କୋଟିୟାନ ନଜର ଆସିଛଛନ୍ତି । ଏହି ଗୀତ ସିଦ୍ଧାର୍ଥ ଶୁକ୍ଲା ବଞ୍ଚିଥିବାବେଳେ ସୁଟିଂ ହୋଇଥିଲା, ଯାହାକୁ ଏବେ ରିଲିଜ୍ କରାଯାଇଛି । ବିଶାଲ କୋଟିୟାନ ଦିବଙ୍ଗତ ସିଦ୍ଧାର୍ଥ ଶୁକ୍ଳାଙ୍କୁ ନିଜର ଭଲ ବନ୍ଧୁ ବୋଲି କହିଥାନ୍ତି ।

ଆଉ ଏହି ରୋମାଣ୍ଟିକ୍ ଗୀତ ରିଲିଜ ହେବା ପରେ ସିଦ୍ଧାର୍ଥଙ୍କ ଫ୍ୟାନ୍ ଆକ୍ଟିଭ ହୋଇଯାଇଛନ୍ତି । ଯେହେତୁ ଏବେ ଅଭିନେତା ଏହି ଦୁନିଆରେ ନାହାଁନ୍ତି ଏଥିପାଇଁ ସିଦ୍ଧାର୍ଥଙ୍କ ନାମ ବ୍ୟବହାର କରିବା ପାଇଁ ବିଶାଲଙ୍କୁ ଟ୍ରୋଲ କରାଯାଉଛି । ସିଦ୍ଧାର୍ଥଙ୍କ ଓକିଲ ଅଦିଥ ଅଗ୍ରୱାଲ ଶୁକ୍ଳା ଫ୍ୟାମିଲି ତରଫରୁ ଏକ ବୟାନ ଜାରି କରିଛନ୍ତି । ବୟାନରେ କୁହାଯାଇଛି ଯେ ସିଦ୍ଧାର୍ଥ ଏବେ ନାହାଁନ୍ତି । କିନ୍ତୁ ଆମର ସ୍ମୃତିରେ ରହିଛନ୍ତି । ଯିଏବି ସିଦ୍ଧାର୍ଥଙ୍କ ନାମ ଏବଂ ତାଙ୍କ ଚେହେରା ନିଜର ପ୍ରୋଜେକ୍ଟରେ ବ୍ୟବହାର କରିବାକୁ ଚାହୁଛନ୍ତି, ଦୟାକରି ପ୍ରଥମେ ଆମ ସହ କଥା ହୁଅନ୍ତୁ, ଆମକୁ ପଚାରନ୍ତୁ, ଆମକୁ ସିଦ୍ଧାର୍ଥଙ୍କ ପସନ୍ଦ ଜଣା ଅଛି । ଆମେ ଜାଣିଛୁ ସିଦ୍ଧାର୍ଥ କ’ଣ ଚାହାନ୍ତି କିମ୍ବା କ’ଣ ତାଙ୍କର ପସନ୍ଦ । ଯଦି କିଛି ପ୍ରୋଜେକ୍ଟ ରହିଥିଲା ଯେଉଁଥିରେ ସିଦ୍ଧାର୍ଥ ଖୁସି ନଥିଲେ ନିଶ୍ଚୟ ଏହାର ରିଲିଜ ନହେବା ଦରକାର ।

ଆଉ ଏହି ବୟାନ ଏବେ ସିଦ୍ଧାର୍ଥଙ୍କ ଫ୍ୟାନଙ୍କ ମଧ୍ୟରେ ଭାଇରାଲ ହେବାରେ ଲାଗିଛି । ଏହାପରେ ଲୋକ ବିଶାଲ କୋଟିୟାନଙ୍କ ଉପରେ ବର୍ଷିଛନ୍ତି । STOP USING SIDHARTH SHUKLA, #ShameOnVishalKotian ହ୍ୟାଶ ଟ୍ୟାଗ୍ ଟ୍ରେଣ୍ଡ କରିବାରେ ଲାଗିଛି । ତେବେ ଏପର୍ଯ୍ୟନ୍ତ ଏହି ବିବାଦରେ ବିଶାଲଙ୍କ ତରଫରୁ କୌଣସି ବୟାନ ଆସିନାହିଁ ।

Get real time updates directly on you device, subscribe now.